Videos
|
Odisha

ଅର୍ଗସକୁ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ବିସ୍ଫୋରକ ବୟାନ

Ritu Das
Browse all articles by Ritu Das
·2 years ago·2 min read
ଅର୍ଗସକୁ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ବିସ୍ଫୋରକ ବୟାନ

ଅର୍ଗସ ବ୍ୟୁରୋ: ପୂର୍ବତନ ବିଜେଡି ସାଂସଦ ମମତା ମହନ୍ତଙ୍କ ଉପରେ ବିଜେଡି ଜାରି କରିଥିଲା ଫତୱା। ବିନା ଅନୁମତିରେ ବିଜେଡିର ଜିଲ୍ଲା କିମ୍ବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେବାଉପରେ ଜାରି ହୋଇଥିଲା କଟକଣା। ରାଜ୍ୟସଭା ସାଂସଦ ଥାଇ ବି ଦଳରେ ତାଙ୍କୁ କାରାଯାଇଥିଲା କୋଣଠେସା। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ମମତା ରଖିଛନ୍ତି ବିସ୍ଫୋରକ ବୟାନ। 

ନିଜ ସାଂସଦ ପାଣ୍ଠି ନିଜ ଇଚ୍ଛାରେ ଖର୍ଚ୍ଚ କରିବାକୁ ମଧ୍ୟ ମମତା ମହନ୍ତଙ୍କୁ ନଥିଲା ଅନୁମତି। ନିଜ ଅଞ୍ଚଳରେ କିମ୍ବା ନିଜ କୁଡୁମୀ ସମ୍ପ୍ରଦାୟର ବିକାଶ ପାଇଁ ସେ ସାସଂଦ ପାଣ୍ଠି ଖର୍ଚ୍ଚ କରିପାରୁନଥିଲେ। ତାଙ୍କର ଅଧିକାଂଶ ପାଣ୍ଠି ଯାଜପୁର ଓ କଟକ ମାହାଙ୍ଗା ଅଞ୍ଚଳରେ ଖର୍ଚ୍ଚ କରାଯାଇଛି। ଏ ଦେଖନ୍ତୁ ତାର ପ୍ରମାଣ। ୧୦ଟି ସ୍କୁଲକୁ ମମତା ମହନ୍ତଙ୍କ ସାଂସଦ ପାଣ୍ଠିରୁ ଦିଆଯାଇଛି ୧୦ ଲକ୍ଷ୍ୟ ଟଙ୍କା ଲେଖାଏ ମୋଟ୍ ୧ କୋଟି ଟଙ୍କାର ଅନୁଦାନ। ଆଉ ଏ ସମସ୍ତ ୧୦ ଟି ଜାକ ସ୍କୁଲ ଯାଜପୁର ଜିଲ୍ଲାର।

ମମତାଙ୍କୁ ଯାଜପୁର ଜିଲ୍ଲାରେ ତାଙ୍କ ଏମପି ଲ୍ୟାଡ ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିଲେ  ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ ବବି ଦାସ । 
ଖାଲି ସେତିକି ନୁହେଁ ମମତାଙ୍କୁ ବାରମ୍ବାର ଧମକ ଦେଉଥିଲେ ପ୍ରଣବ ପ୍ରକାଶ। ତାଙ୍କୁ ସାଂସଦ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ତୋ ହିସାବ କରାଯିବ ବୋଲି ବବି ଦାସ  ତାଙ୍କୁ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ମମତା ମହାନ୍ତ। 

କୁଡୁମି ସମାଜ ଉନ୍ନୟନ ପରିଷଦ ଗଠନ ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ନବୀନ ପଟ୍ଟନାୟକ। ଏଥିପାଇଁ କମିଟି ମଧ୍ୟ ଗଠନ ହୋଇଥିଲା ହେଲେ ଏହି କେବଳ କୁଡୁମି ସମାଜର ଭୋଟ୍ ହାତେଇବା ପାଇଁ ନବୀନଙ୍କ ଚାଲ ଥିଲା ବିଲୋ କହିଛନ୍ତି ମମତା ମହାନ୍ତି। ନବୀନ ତାଙ୍କ ସମାଜକୁ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ଏହି ପୂର୍ବତନ ରାଜ୍ୟସଭା ସାଂସଦ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଇଏଏସ ଚାକିରିରେ ଥାଇ ବିଜେଡି ସଂସଦୀୟ ଦଳ ବୈଠକ ପରିଚାଳନା କରୁଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ନବୀନ କେବଳ ଆସି ନମସ୍କାର କରି ପଳାଇଯାଉଥିଲେ। ବାକି ସବୁ ରଣନୀତି ଭି.କେ ପାଣ୍ଡିଆନ୍ ପ୍ରସ୍ତୁତ କରୁଥିଲେ ବୋଲି ଅର୍ସଗକୁ କହିଛନ୍ତି ମମତା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Explosive statement | Argus News