|
logo
Live

Argus News - କୋରାପୁଟରେ ପରିବହନ ବିଭାଗର ବଡ଼ କେଳେଙ୍କାରୀର ଖୁଲାସା

Odisha

କୋରାପୁଟରେ ପରିବହନ ବିଭାଗର ବଡ଼ କେଳେଙ୍କାରୀର ଖୁଲାସା

Manini Pattanayak
Browse all articles by Manini Pattanayak
·1 year ago·2 min read
କୋରାପୁଟରେ ପରିବହନ ବିଭାଗର ବଡ଼ କେଳେଙ୍କାରୀର ଖୁଲାସା

କୋରାପୁଟ:  କୋରାପୁଟରେ ପରିବହନ ବିଭାଗର ବଡ଼ କେଳେଙ୍କାରୀର ଖୁଲାସା। ଧରାପଡ଼ିଲା ଗାଡ଼ି ପଞ୍ଜିକରଣରେ ବଡ଼ ଧରଣର ଚଞ୍ଚକତା। ସ୍କ୍ରାପ୍ ଗାଡ଼ିକୁ ନୂଆ ଗାଡ଼ି ଭାବେ ପଞ୍ଜିକରଣ କରି ଚାଲିଛି ଯାତ୍ରୀ ପରିବହନ। ବେଧଡକଭାବେ ସ୍କ୍ରାପ୍ ପଲିସିର କରାଯାଉଥିଲା ଉଲଂଘନ। ଶହ ଶହ ଯାତ୍ରୀଙ୍କ ଜୀବନ ସହ ସାଂଘାତିକ ଖେଳ। ଷଡ଼ଯନ୍ତ୍ରରେ କିଏ ଅଛନ୍ତି ସାମିଲ ହେବ କି ତଦନ୍ତ ?  ଉପରକୁ ଚକାଚକ୍ ଦିଶୁଥିବା ଏ ସମସ୍ତ ବସଗୁଡ଼କ ୧୫ ବର୍ଷରୁ ଅଧିକ ପୁରୁଣା।  ଅର୍ଥାତ ଏଗୁଡ଼ିକ ସ୍କ୍ରାପ୍ ହେବା କଥା। କିନ୍ତୁ ପରିବହନ ବିଭାଗର ତଥ୍ୟ କହୁଛି ବସଗୁଡ଼ିକର ଆୟୂଷ ପ୍ରାୟ ୩ ବର୍ଷ। ୨୦୨୧ ମସିହାରେ ନୂଆ ଗାଡ଼ି ଭାବେ ହୋଇଛି ଏଗୁଡ଼ିକର ପଞ୍ଜିକରଣ। ଯେଉଁ ବସ୍ ଖତଗଦାରେ ପଡ଼ିବା କଥା ସେଥିରେ ଚାଲିଥିଲା ଯାତ୍ରୀ ପରିବହନ। ଶହ ଶହ ଯାତ୍ରୀଙ୍କ ଜୀବନ ସହ ଖେଳ ଚାଲିଥିଲା କୋରାପୁଟ ଜିଲ୍ଲାରେ। ପରିବହନ ବିଭାଗରେ ବଡ଼ ଧରଣର କେଳେଙ୍କାରୀ ଆସିଛି ସାମ୍ନାକୁ।

ସ୍କ୍ରାପ ପଲିସର ଖୋଲାଖୋଲି ଉଲଂଘନ କରାଯାଇ ପୁରୁଣା ସ୍କ୍ରାପ ବସଗୁଡ଼ିକୁ ନୂଆ ବସ ଭାବେ କରାଯାଇଛି ପଞ୍ଜିକରଣ। ଏବେ ପୁରା ଖେଳ ବୁଝନ୍ତୁ। ବାହାର ରାଜ୍ୟରୁ ଫିଟନେସ୍ ଏକ୍ସପାୟାର ହୋଇଥିବା ବସର ଚେସିସ ଆଣି ସେଥିରେ ଟାମ୍ପରିଂ କରି ଚେସିସ୍ ନନ୍ବର ପରିବର୍ତ୍ତନ କରାଯାଉଥିଲା। ଏହାପରେ ଚେସିସରେ ନୂଆ ବଡ଼ କାମ କରାଯାଇ ନୂଆ ବସ ଭାବେ ପଞ୍ଜିକରଣ କରାଯାଉଥିଲା। କୋରାପୁଟ ଆରଟିଓ ଅଧିନରେ ଏହିପରି   ଚଞ୍ଚକତା କରାଯାଇଥିବା ଅଭିଯୋଗ ହେବା ପରେ ୮ଟି ବସର ପଞ୍ଜିକରଣ ବାତିଲ କରାଯାଇଛି।  ୨୦୧୮ ମସିହାରୁ ବିଏସ୍ ୪ ଗାଡ଼ିର ପଞ୍ଜିକରଣ ନିସିଦ୍ଧ ଥିବା ବେଳେ ଏହି ବାସଗୁଡ଼ିକର ପଞ୍ଜିକରଣ ହେଲା କିପରି ?

ଏହା ପଛରେ ବଡ଼ ଧରଣର ରାକେଟ କମ କରୁଥିବା ନେଇ ହୋଇଛି ଅଭିଯୋଗ। ପରିବହନ ବିଭାଗର କର୍ମଚାରୀଙ୍କ ବିନା ସଂପୃକ୍ତିରେ ଏହା ଅସମ୍ଭବ। କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ ହେବା ପରେ ଏକ କମିଟି ଗଠନ କରିଛନ୍ତି ଜିଲ୍ଲାପାଳ । ସବୁ ବସର ଯାଂଚ କରାଯାଇ ଖିଲାଫକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। କେବଳ କୋରାପୁଟ ନୁହେଁ ନବରଙ୍ଗପୁର, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ମଧ୍ୟ ଏହି ରାକେଟ୍ ସକ୍ରିୟ ଥିବା ଓ ଏପରି ସ୍କ୍ରାପ ବସ୍ ଚଳାଚଳ କରୁଥିବା ଅଭିଯୋଗ ହୋଇଛି। ତେବେ ଏଥିରେ କେଉଁମାଙ୍କର ରହିଛି ସଂପୃକ୍ତି। କେବଳେ ଆରଟିଓ ସ୍ତରରେ ହୋଇଛି ଏହି ଚଞ୍ଚକତା ନା ପରିବହନ ବିଭାଗର ଉଚ୍ଚ ପଦାଧୀକାରୀ ଏଥିରେ ସାମିଲ ? ଏହି କେଳେଙ୍କାରୀର ତଦନ୍ତ କରାଯାଇ ଶହ ଶହ ଯାତ୍ରୀଙ୍କ ଜୀବନ ସହ ଖେଳ ପଛର ଖଳନାୟକଙ୍କୁ ସାମ୍ନାକୁ ଆଣିବେ କି ରାଜ୍ୟ ସରକାର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର  

Sponsored
କୋରାପୁଟରେ ପରିବହନ ବିଭାଗର ବଡ଼ କେଳେଙ୍କାରୀର ଖୁଲାସା | Argus News