Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା

Odisha

ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା

Ritu Das
Browse all articles by Ritu Das
·1 year ago·1 min read
ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା

ଅର୍ଗସ ବ୍ୟୁରୋ: ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା। ପଛ ପାଖରୁ ଦୌଡ଼ି ଆସିଲା ଯୁବକ ଏବଂ ଘର ସାମ୍ନାରୁ ମହିଳାଙ୍କ ହାତରୁ ଟଙ୍କା ବ୍ୟାଗ ଲୁଟିନେଇ ଚାଲିଗଲା। ଏଭଳି ଘଟଣା ଘଟିଛି ଉଦଳା ଥାନା ଏନଏସି ୭ ନମ୍ବର ୱାର୍ଡରେ। ସୁଜାତା ବେହେରା ଆଜି ଅପରାହ୍ନରେ ୟୁନିୟନ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଇ ନିଜ ସ୍କୁଟି ଡ଼ିକିରେ ଟଙ୍କା ରଖି ଘରକୁ ଫେରିଥିଲେ। ଘର ସାମ୍ନାରେ ପହଞ୍ଚି ସ୍କୁଟି ରଖି ଡ଼ିକିରୁ ଟଙ୍କା ବ୍ୟାଗ ଖୋଲି ଘର ଭିତରକୁ ଯାଇଥିବା ବେଳେ ପଛ ପାଖରୁ ଦୌଡ଼ି ଆସି ଜଣେ ଯୁବକ ଟଙ୍କା ବ୍ୟାଗ ଝାମ୍ପି ନେଇ ଚାଲିଯାଇଥିଲା। 

ଟଙ୍କା ବ୍ୟାଗରେ ସୁଜାତାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ତାହାକୁ ମଧ୍ୟ ଲୁଟେରା ଲୁଟିନେଇଛି। ଲୁଟେରାକୁ ଧରିବା ପାଇଁ ସୁଜାତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ଗୋଡ଼ାଇ ଥିଲେ ସୁଦ୍ଧା ବାହାରେ ବାଇକରେ ଜଗି ରହିଥିବା ଅନ୍ୟ ଜଣେ ଦୁର୍ବୃତ୍ତ ସହିତ ବାଇକରେ ଫେରାର ହୋଇଯାଇଥିଲେ ୨ ଲୁଟେରା। 
ଏ ନେଇ ସୁଜାତା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଟଙ୍କା ବ୍ୟାଗ ଝାମ୍ପି ନେଇଥିବା ଲୁଟେରା ନିଜର ଚପଲ ଛାଡି ଘଟଣାସ୍ଥଳରୁ ଖସି ଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Extorting money | Argus News