Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ଘଟଣାର ପର୍ଦ୍ଦାଫାଶ ଦୁଇ ଗିରଫ 

Odisha

୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ଘଟଣାର ପର୍ଦ୍ଦାଫାଶ ଦୁଇ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago
୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ଘଟଣାର ପର୍ଦ୍ଦାଫାଶ ଦୁଇ ଗିରଫ 

ଭୁବନେଶ୍ୱର: ଫନି ଟଙ୍କା ହେରଫେର ମାମଲାରେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଜଣେ ମହିଳା ଗିରଫ । ପିପିଲି ବିଡିଓ ଅଫିସରେ ଫନି ଆକାଉଣ୍ଟରେ ଥିବା ୩କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ EOW ।  ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କର ମ୍ୟାନେଜର ସହ ଜଣେ ମହିଳାଙ୍କୁ ଗିରଫ କରିଛି EOW । ଗିରଫ ଅଭିଯୁକ୍ତ  ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ଆଞ୍ଜେଲ ମିଶ୍ର ।

ଗତ ଗୁରୁବାର ଏହି ଘଟଣାରେ ବ୍ୟାଙ୍କର ଆସିଷ୍ଟାଣ୍ଟ  ଅଫିସର ତନ୍ମୟ ମହାରଣା ଗିରଫ ହୋଇଥିଲେ । ବ୍ୟାଙ୍କରୁ ଆଞ୍ଜେଲଙ୍କ ଆକାଉଣ୍ଟକୁ ୩କୋଟି ୭୦ଲକ୍ଷ ଟ୍ରାନ୍ସଫର ହୋଇଥିବାରୁ ତାଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି EOW ଏସପି । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Extortion of 3 crore 70 lakh rupees exposed, two arrested | Argus News