Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଣିଷ ସହ ନୁହେଁ ଜଙ୍ଗଲୀ ଭାଲୁ ସହ ମୁହାଁମୁହିଁ

Rashmita Mishra
Browse all articles by Rashmita Mishra
·1 year ago·1 min read
ମଣିଷ ସହ ନୁହେଁ ଜଙ୍ଗଲୀ ଭାଲୁ ସହ ମୁହାଁମୁହିଁ

ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜ ଅତଳସରା ଗ୍ରାମର ପଦ୍ମ ଚରଣ ନାୟକ ଆଜି ସକାଳୁ ନିଜ ବିଲ କୁ ଚାଷ କାର୍ଯ୍ୟ ଦେଖିବା ପାଇଁ ଯାଇଥିଲେ । ଜଙ୍ଗଲ ନିକଟରେ  ତିନୋଟି ଭାଲୁ ଥିବା  ଦେଖି ସେଠାରୁ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଉଥିବା ସମୟରେ ଏକ ଭାଲୁ ପଛପଟୁ ଆକ୍ରମଣ କରିଥିଲା l ଉଭୟ ଙ୍କ ମଧ୍ୟରେ ବହୁ ସଂଘର୍ଷ ହୋଇଥିଲା ଶେଷରେ ଏକ  ପଥର ଦ୍ୱାରା ପଦ୍ମ ଚରଣ ଆକ୍ରମଣ କରିବାରୁ ଭାଲୁ ଜଙ୍ଗଲ କୁ ଦୌଡ଼ି ପଳାଇ ଥିଲା । କିନ୍ତୁ ଯୁବକ ଜଣଙ୍କର ଭାଲୁ ଆକ୍ରମଣ ରେ ଗୋଡ଼ ଆଉ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ନିକଟସ୍ତ ମେଡିକାଲ ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଠାରେ ଗୁରୁତର ହେବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନନ୍ତରିତ ହୋଇଥିବା ଜଣାପଡ଼ିଛି । ତୁରନ୍ତ ଗୁରୁତର ବ୍ୟକ୍ତି କୁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଥିବା ବେଳେ ଯୁବକ ଙ୍କ ସାହାସିକତା କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Face off with a wild bear, not a human | Argus News