୨୩ ବର୍ଷର ଅପାରଗତାର ପରିଣାମ, ଧାନକ୍ଷେତରେ ବୁଲୁଛନ୍ତି ଗାଈ ମଇଁଷି
·2 years ago·1 min read

ଅର୍ଗସ ବ୍ୟୁରୋ: ୨୩ ବର୍ଷର ଅପାରଗତାର ପରିଣାମ । ରାଜ୍ୟରେ ଫେଲ ଜଳସେଚନ ବ୍ୟବସ୍ଥା। ଆଉ କେତେ ଦିନ ବର୍ଷା ଉପରେ ନିର୍ଭର କରିବେ ଚାଷୀ ? ଗୋଟିଏ ପଟେ ସରକାର ଜଳସେଚନର ଡିଣ୍ଡିମ ପିଟୁଛନ୍ତି ଅନ୍ୟପଟେ ଇଏ ହିଁ ବାସ୍ତବ ଚିତ୍ର। ଧାନଜମିକୁ ପାଣି ନ ମାଡିବାରୁ ବାଧ୍ୟ ହୋଇ ଗାଈମଇଁଷିକୁ ଛାଡିଦେଲେ ଚାଷୀ। ଚଳିତବର୍ଷ ବର୍ଷାର ପରିମାଣ ବହୁତ କମ୍। ଚାଷ ଜମିକୁ ଆଦୌ ପାଣି ନାହିଁ। ଡ୍ୟାମ ସମ୍ପୁର୍ଣ୍ଣ ଭାବେ ଶୁଖିଲା।
ଉଠାଜଳସେଚନର ବ୍ୟବସ୍ଥା ନଥିବାରୁ ଧାନଚାଷୀ ହନ୍ତସନ୍ତ। ବାଧ୍ୟ ହୋଇ ଧାନକ୍ଷେତକୁ ଗାଈ ମଇଁଷି ଛାଡି ଦେଇଥିବା ଦେଖିବାକୁ ମିଳିଛି। ଉଜୁଡି ଯାଇଥିବା ଧାନ ଫସଲରେ ମଇଁଷି, ଗାଈ ଚରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ। ପାତ୍ରପୁର ବ୍ଲକର ଏକାଧିକ ଗାଁରେ ସମାନ ସ୍ଥିତି। ଯାହାକୁ ନେଇ ଚିନ୍ତାରେ ଧାନଚାଷୀ। ସରକାର ମରୁଡି ଘୋଷଣା କରି ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: