Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶୁଦ୍ଧ ଜଳ ଯୋଗାଇବାରେ ବାଟବଣା ବସୁଧା ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଶୁଦ୍ଧ ଜଳ ଯୋଗାଇବାରେ ବାଟବଣା ବସୁଧା ଯୋଜନା

ଅର୍ଗସ ବ୍ୟୁରୋ: ଦୁର୍ଗମରେ ବସୁଧା ଯୋଜନା ଫେଲ୍ । ବିଶୁଦ୍ଧ ଜଳ ଯୋଗାଇବାରେ ବାଟବଣା ବସୁଧା ଯୋଜନା। ପାଣି ପାଇଁ ହୋଇଥିବା ଯୋଜନା ଏବେ ପାଣିର ଗାର । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ପଞ୍ଚାୟତର ପୁରୁଣାସହି ଗ୍ରାମର 50 ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ଅଞ୍ଚଳରେ ପାନୀୟ ଜଳର ଉତ୍କଟ ହେବାରେ ଲାଗିଲାଣି।  ଗାଁରେ ଦୁଇଟି ନଳକୂପ ଥିବା ବେଳେ ସେଥିରୁ ଗୋଟିଏ ଖରାପ ହୋଇଥିବା ବେଳେ ଆଉ ଗୋଟେରୁ ବାହାରୁଛି ଗୋଳିଆ ପାଣି । ମାତ୍ର ପାଣି ପାଇଁ ଅନ୍ୟ ବିକଳ୍ପ ନଥିବାରୁ ଏହି ପାଣି  ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ।

ପାଣି ସମସ୍ୟା ନେଇ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅବଗତ କରାଇଛନ୍ତି ସ୍ଥାନୀୟ ବାସିନ୍ଦା। ମାତ୍ର ମିଳିଛି ଖାଲି ମିଛ ପ୍ରତିଶୃତି। ତେବେ ଆଗାମୀ ଦିନରେ ପାଣି ସମସ୍ୟାର ସମାଧାନ ନ ହେଲେ ସ୍ଥାନୀୟ ଲୋକେ ଭୋଟ ବର୍ଜନ କରିବା ସହ ବ୍ଲକ ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି l ସୀମାନ୍ତରେ ଜଳ ଯନ୍ତ୍ରଣା, ବସୁଧା ହେଉଛି ସମ୍ପୂର୍ଣ୍ଣ ବାଟବଣା। ଏପଟେ ସ ବୁ ଦେଖି ନିରବ ପ୍ରଶାସନ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
failed Basudha Yojana to provide clean water | Argus News