Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୁର୍ଗମରେ ପ୍ରହସନ ସେତୁ ଯୋଜନା

Odisha

ଦୁର୍ଗମରେ ପ୍ରହସନ ସେତୁ ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ପ୍ରହସନ ସେତୁ ଯୋଜନା

ଅର୍ଗସ ବ୍ୟୁରୋ:  ଏ ହେଉଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ସୁରଜ ସେତୁର ଦୃଶ୍ୟ । ଦୁର୍ଗମ ଅଞ୍ଚଳ ଭାବରେ ଜଣାଶୁଣା ଏ ଅଞ୍ଚଳ ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ନିମନ୍ତେ ରାଜ୍ୟ ସରକାର ୩୫.୯୪ କୋଟି ଖର୍ଚ୍ଚକରି ନିର୍ମାଣ ଆରମ୍ଭ କରିଥିଲେ କୁଟାସିଂହା-କପାଶିରା ସୁରଜ ସେତୁ। ମାତ୍ର ନିର୍ମାଣର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ ହୋଇ ପାରିନାହିଁ  ସେତୁ।  ଫଳରେ ଲୋକଙ୍କ ଯାତାୟାତ ରେ ବହୁ ସମସ୍ୟା ସୃଷ୍ଟି ହେଉଛି।

୭.୩.୨୦୧୯ରେ ବଲାଙ୍ଗୀର ସାଂସଦ କଲିକେଶ ନାରାୟଣ ସିଂହଦେଓ ଏବଂ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ଏହି ବ୍ରିଜର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମାତ୍ର ଆଜି ଯାଏଁ ସେତୁ କାମ ଶେଷ ହେଉନି। ଏପଟେ କାମ ଅଧାରୁ ଛାଡି ଠିକାଦାର ଫେରାର।  ଯଦି ସାଧାରଣ ନିର୍ବାଚନ ପୂର୍ବରୁ ସେତୁ ନିର୍ମାଣ ସମ୍ପୂର୍ଣ ନହୁଏ ତେବେ ସ୍ଥାନୀୟ ଲୋକେ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । କେବେ ସମ୍ପୂର୍ଣ ହେବ କୁଟାସିଂହା - କପାଶିରା ସୁରଜ ସେତୁର କାମ । ଅଧା ପନ୍ତରିଆ ନିର୍ମାଣ କରିଥିବା ସଂସ୍ଥା କୁ କେବେ ତାଗିଦ କରିବେ କି ରାଜ୍ୟ ସରକାର ? 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
failed Setu Yojana at rural area | Argus News