Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାଲ୍ ସାର୍ଟିଫିକେଟ ଜାଲରେ ଓଡ଼ିଶା

Odisha

ଜାଲ୍ ସାର୍ଟିଫିକେଟ ଜାଲରେ ଓଡ଼ିଶା

Ritu Das
Browse all articles by Ritu Das
·1 year ago·1 min read
ଜାଲ୍ ସାର୍ଟିଫିକେଟ ଜାଲରେ ଓଡ଼ିଶା

ଅର୍ଗସ ବ୍ୟୁରୋ: ଓଡ଼ିଶାର ୬୭ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ସିବିଆଇ ଟିମ୍ । ଗ୍ରାମୀଣ ଡାକସେବକ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ସିବିଆଇ ପକ୍ଷରୁ ଏ ରେଡ୍ ଚାଲିଛି । କଳାହାଣ୍ଡି, ରାୟଗଡା, କନ୍ଧମାଳ, ନବରଙ୍ଗପୁର, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଚଢାଉ ହେଉଛି । ଚାକିରି ପାଇଁ ୬୩ ଜଣ ଜାଲ୍‌ ସାର୍ଟିଫିକେଟ୍ ଦେଇଥିବା ଡାକ ବିଭାଗ ପକ୍ଷରୁ ଅଭିଯୋଗ ହୋଇଥିଲା ।

ଡକ୍ୟୁମେଣ୍ଟ ଭେରିଫିକେସନ ବେଳେ ପ୍ରାର୍ଥୀମାନେ ଜାଲ୍‌ ସାର୍ଟିଫିକେଟ ଦେଇଥିବା ଜଣାପଡିଥିଲା । ଆବେଦନକାରୀମାନେ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆହ୍ଲାବାଦରୁ ଜାଲ ସାର୍ଟିଫିକେଟ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି । ୨୦୨୩ରେ ୧୩୮୨ଟି ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି।

ଓଡ଼ିଶାରେ ଫେକ୍ ସାର୍ଟିଫିକେଟ୍ ଘଟଣା ଆଜିର ନୁହଁ । ବହୁ ପୂର୍ବରୁ ଜାଲ୍ ସାର୍ଟିଫିକେଟ୍ ଦେଇ ଅନେକ ଚାକିରି କରିଛନ୍ତି । ତାର ତଦନ୍ତ ବି କରିଥିଲେ ସିବିଆଇ ଓ କ୍ରାଇମବ୍ରାଞ୍ଚ । ଏ ମାମଲାରେ ବଲାଙ୍ଗିର ଜିଲ୍ଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଗିରଫ ହୋଇ ଜେଲ୍ ବି ଯାଇଥିଲେ । ମନୋଜ ହେଉଛନ୍ତି ବଲାଙ୍ଗିର ବିଜେଡିର ପୂର୍ବତନ ଆଇଟି ସେଲ୍ ମୁଖ୍ୟ । କେବଳ ମନୋଜଙ୍କୁ ଗିରଫ କରି ଚୁପ୍ ବସିଯାଇଥିଲା କ୍ରାଇମବ୍ରାଞ୍ଚ । ଏ ମାମଲାରେ ଆଉ କିଏ କିଏ ସଂପୃକ୍ତ ଥିଲେ ସେନେଇ ତଦନ୍ତ ବି ଆଗେଇଲା ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ବଲାଙ୍ଗିର ଜିଲ୍ଲାରେ ସୀମିତ ନଥିଲା ଏ ଫେକ୍ ସାର୍ଟିଫିକେଟ । ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପିଥିଲା ଏ ଚେର । ଏବେ ଡାକ ବିଭାଗରେ ଏ ଫେକ୍ ସାର୍ଟିଫିକେଟ୍ ମାମଲାରେ କଣ ହେଉଛି ତଦନ୍ତ ତାହା ଦେଖିବାକୁ ବାକି ରହିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Fake Certificate | Argus News