Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କକ୍ରୋଜ ଜନତା ପାର୍ଟି ନାଁରେ ମାତିଛନ୍ତି ସାଇବର ଠକ, ଆପଣ ବି ହୋଇପାରନ୍ତି ଠକେଇର ଶିକାର

Odisha

APK File Fraud / କକ୍ରୋଜ ଜନତା ପାର୍ଟି ନାଁରେ ମାତିଛନ୍ତି ସାଇବର ଠକ, ଆପଣ ବି ହୋଇପାରନ୍ତି ଠକେଇର ଶିକାର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କକ୍ରୋଜ ଜନତା ପାର୍ଟି ନାଁରେ ମାତିଛନ୍ତି ସାଇବର ଠକ,  ଆପଣ ବି ହୋଇପାରନ୍ତି ଠକେଇର ଶିକାର
APK File Fraud

Key Points

ସାବଧାନ...ଆପଣ ବି ହୋଇପାରନ୍ତି ଠକେଇର ଶିକାର
କକ୍ରୋଜ ଜନତା ପାର୍ଟି ନାଁରେ ମାତିଛନ୍ତି ସାଇବର ଠକ
ଆପ୍ଲିକେସନ ତିଆରି କରି ଲୋକଙ୍କୁ ପଠାଉଛନ୍ତି ଜଏନ ରିକ୍ୟୁଏଷ୍ଟ ଲିଙ୍କ୍
କକ୍ରୋଜ୍ ଜନତା ପାର୍ଟି ନାଁରେ ମାତିଛନ୍ତି ସାଇବର ଠକ । ଆପ୍ଲିକେସନ୍‌ ତିଆରି କରି ଲୋକଙ୍କୁ ପଠାଉଛନ୍ତି ଜଏନ ରିକ୍ୟୁଏଷ୍ଟ ଲିଙ୍କ୍ । ଆଉ କ୍ଲିକ୍‌ କରିବା କ୍ଷଣି ମୋବାଇଲ ହ୍ୟାକ୍‌ ଆଉ ତା ପରେ ଆକାଉଣ୍ଟ ହେଉଛି ଖାଲି । ୪ ଜଣିଆ ସାଇବର ଠକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ ।

ଗୋଟିଏ କ୍ଲିକ୍‌ରେ ଖାଲି ହେଇଯାଉଛି ଆକାଉଣ୍ଟ । ଦୂରରେ ବସି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଉଛନ୍ତି ସାଇବର ଠକ । ଏମିତି ୪ ଜଣିଆ ସାଇବର ଠକଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଆୟନ ନନ୍ଦୀ, ଆଲାଉଦିନ ଆନସାରି, ଅଭିଷେକ କୁମାର ଦାସ ଏବଂ ବୀରେନ୍ଦ୍ର କୁମାର ଦାସ । ଏମାନଙ୍କ ଘର ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ । ଏହି ଗ୍ୟାଙ୍ଗ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକମାନଙ୍କୁ କୋଟି କୋଟି ଟଙ୍କା ଠକେଇ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

ଗିରଫ ସାଇବର ଠକମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ଲସ-୨ । ହେଲେ ଏମାନେ ବିଭିନ୍ନ ଆପ୍ଲିକେସନ ଏବଂ APK ଫାଇଲ ବନାଇବାରେ ଥିଲେ ମାହିର । RTO ଚାଲାଣ ନାଁରେ ଟେଲିଗ୍ରାମରେ ଲୋକଙ୍କୁ APK ଫାଇଲ ପଠାଉଥିଲେ । ୨୦୨୪ ମସିହାରେ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ନେଇ ସାଇବର ଥାନାରେ ଦ୍ବାରସ୍ଥ ହୋଇଥିଲେ । ସାଇବର ଥାନା ପୋଲିସ ତଦନ୍ତ କରୁଥିବା ବେଳେ ୪ ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ଏମାନେ ଠକେଇ ଟଙ୍କାକୁ ଗିପ୍ଟ କାର୍ଡ ଜରିଆରେ କନଭର୍ଟ କରି ଟଙ୍କା ବିଭିନ୍ନ ଜାଗାରେ ବିନିଯୋଗ କରୁଥିଲେ ।

ଏହି ଗ୍ୟାଙ୍ଗରେ ଆଉ କେତେ ଜଣ ସଦସ୍ୟ ଅଛନ୍ତି ? କେତେ ଲୋକଙ୍କୁ ଚୁନା ଲଗାଇଛି ଏହି ଗ୍ୟାଙ୍ଗ ? ଏ ତଥ୍ୟ ଜାଣିବା ପାଇଁ ଗିରଫ ଠକମାନଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିପାରେ ସାଇବର ଥାନା ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyber Fraud Gang Arrested for Fake Cockroach Janata Party App Scam | Argus News