Fake Signature Case / ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡ଼ଯନ୍ତ୍ରରେ ଆକ୍ସନ୍,ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଉଠାଇନେଲା ପୋଲିସ, ମୋନାଲିସା ଫେରାର
·3 months ago·2 min read

Key Points
ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡ଼ଯନ୍ତ୍ରରେ ଆକ୍ସନ୍
୨ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ
ମୋନାଲିସା ବେହେରା ଓ ଲକ୍ଷ୍ମଣ ହେମ୍ବ୍ରମଙ୍କ ନାଁରେ ଅଭିଯୋଗ
ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଉଠାଇନେଲା ପୋଲିସ
ମୋନାଲିସା ବେହେରାଙ୍କୁ ଖୋଜୁଛି କ୍ୟାପିଟାଲ୍ ଥାନା ପୋଲିସ
୨ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ
ମୋନାଲିସା ବେହେରା ଓ ଲକ୍ଷ୍ମଣ ହେମ୍ବ୍ରମଙ୍କ ନାଁରେ ଅଭିଯୋଗ
ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଉଠାଇନେଲା ପୋଲିସ
ମୋନାଲିସା ବେହେରାଙ୍କୁ ଖୋଜୁଛି କ୍ୟାପିଟାଲ୍ ଥାନା ପୋଲିସ
ଭୁବନେଶ୍ବର, ୧୭/୦୬: ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର! ଦୁଇ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଓ ମୋନାଲିସା ବେହେରାଙ୍କ ବିରୋଧରେ ରୁଜୁ ହେଲା ମାମଲା । ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ। ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଉଠାଇନେଲା ପୋଲିସ। ଲକ୍ଷ୍ମଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ। ମୋନାଲିସା ବେହେରାଙ୍କୁ ଖୋଜୁଛି କ୍ୟାପିଟାଲ୍ ଥାନା ପୋଲିସ। ଅର୍ଗସ ହାତରେ ଲାଗିଲା ଫେକ୍ ଲେଟର।
ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ଜାଲି କରିବା, ସରକାରୀ ଡି.ଓ. ପ୍ୟାଡ୍ର ଦୁରୁପଯୋଗ କରିବା ଏବଂ ଜାଲ୍ ଦସ୍ତଖତ ବ୍ୟବହାର କରି ବଦଳି ହାସଲ କରିବା ଉଦ୍ଦେଶ୍ୟରେ ଷଡ଼୍ଯନ୍ତ୍ର ରଚାଯାଇଥିବା ଅଭିଯୋଗରେ ଦୁଇ ଜଣ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି । ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସା କ୍ୟାପିଟାଲ ଥାନାର ଆଇଆଇସିଙ୍କୁ ଲେଖିଥିବା ଚିଠିରେ ବାଂଶପାଳ ବ୍ଲକ୍ର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକ୍ର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।
ପଢନ୍ତୁ ଏହି ଖବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାର ଖୋଳତାଡ଼ ଜାରି, ତ୍ରିକୋଣୀୟ ପ୍ରେମ ସମ୍ପର୍କ ଅଭିଯୋଗ ବାବଦରେ ଖୋଳତାଡ଼ କରିବ ପୋଲିସ
କେଉଁଠି ଏହି ଦୁଇ ଅଧିକାରୀ ନକଲି ଲେଟର ପ୍ୟାଡ଼ ପ୍ରସ୍ତୁତ କରିଥିଲେ, ଦସ୍ତଖତକୁ କେମିତି ଜାଲି କଲେ ସେନେଇ ହେବ ପଚରା ଉଚରା । ଏହା ସହ ନକଲି ଲେଟର ପ୍ୟାଡ଼ ସହ ଦସ୍ତଖତକୁ ନକଲି କରି କାହାକୁ କାହାକୁ ଦେଇଛନ୍ତି ସେନେଇ ଖୋଳତାଡ଼ କରିବ ପୋଲିସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗ ଅନୁସାରେ, ଗତ ୧୬ ଜାନୁଆରୀରେ ଏହି ଲେଟର ଲେଖାଯାଇଥିଲା । ଏହି ଚିଠି ଆଧାରରେ ଦୁଇ ଜଣଙ୍କ ବଦଳି ହୋଇଥିଲା । ଉଭୟ ଅଧିକାରୀ ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଏବଂ ତାଙ୍କ କାର୍ଯ୍ୟାଳୟର ଅଧିକୃତ ଡି.ଓ. ପ୍ୟାଡ୍ ବ୍ୟବହାର କରି ଜାଲ୍ ଦସ୍ତାବେଜ ପ୍ରସ୍ତୁତ କରିଥିଲେ। ପରେ ସେହି ଦସ୍ତାବେଜକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିକଟରେ ଦାଖଲ କରି ସୁନ୍ଦରଗଡ଼ ଜିଲ୍ଲାର ବରଗାଁ ଓ ସଦର ବ୍ଲକ୍କୁ ବଦଳି ପାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ, ଉକ୍ତ ଚିଠିଗୁଡ଼ିକ କେବେ ବି ତାଙ୍କ କାର୍ଯ୍ୟାଳୟରୁ ଜାରି କିମ୍ବା ଅନୁମୋଦିତ ହୋଇନଥିଲା। ତେଣୁ ଏହା ସରକାରୀ ଦସ୍ତାବେଜ ଜାଲିଆତି, ପରିଚୟ ଜାଲିଆତି, ଅପରାଧିକ ଷଡଯନ୍ତ୍ର ଓ ସୂଚନା ପ୍ରଯୁକ୍ତି ଆଇନ ଉଲ୍ଲଂଘନ ଭଳି ଗୁରୁତର ଅପରାଧର ଶ୍ରେଣୀରେ ଆସୁଥିବା ଅଭିଯୋଗ କରାଯାଇଛି । ଏହି ଘଟଣାରେ ତୁରନ୍ତ ଏଫଆଇଆର୍ ରୁଜୁ କରି ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନେବାକୁ କ୍ୟାପିଟାଲ ଥାନା ପୁଲିସକୁ ଅନୁରୋଧ କରାଯାଇଛି ।
ସେପଟେ ଉପ ବାଚସ୍ପତି ଭବନୀ ଶଙ୍କର ଭୋଇ କହିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ନକଲି ପ୍ୟାଡରେ ନକଲି ଦସ୍ତଖତ କରିଛନ୍ତି ।
ସେପଟେ ଉପ ବାଚସ୍ପତି ଭବନୀ ଶଙ୍କର ଭୋଇ କହିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ନକଲି ପ୍ୟାଡରେ ନକଲି ଦସ୍ତଖତ କରିଛନ୍ତି ।
Related Topics
Explore more stories