Imran Khan / ଇମ୍ରାନ ଜୀବିତ ନା ମୃତ ? ଅନେକ ଚର୍ଚ୍ଚାର ୨ ସପ୍ତାହ ପରେ ଜେଲ୍ରେ ଭେଟିବାକୁ ଗଲେ ଭଉଣୀ
·9 months ago·2 min read

Key Points
ଇମ୍ରାନ ଖାନଙ୍କ ସମର୍ଥକଙ୍କ ବିରୋଧ ଓ ଚାରିଆଡ଼ୁ ଚାପ ପରେ ପାକିସ୍ତାନର ଶେହବାଜ ସରକାର ନତମସ୍ତକ ହୋଇଛି । ରାୱଲପିଣ୍ଡିର ଆଦିଆଲା ଜେଲ୍ରେ ଇମ୍ରାନ ଖାନଙ୍କୁ ଭେଟିବାକୁ ଭଉଣୀ ଉଜମାଙ୍କୁ ମିଳିଛି ଅନୁମତି ।
ନୂଆଦିଲ୍ଲୀ: ଶେଷର ନଇଁଲା ପାକିସ୍ତାନ, ଦେଲା ଅନୁମତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ୍ (PTI)ର ପ୍ରତଷ୍ଠାତା ଇମ୍ରାନ ଖାନ କେମିତି ଅଛନ୍ତି ? ଜେଲ୍ରେ ତାଙ୍କ ସ୍ଵାସ୍ଥ୍ୟ ଠିକ୍ ଅଛି ତ ? ଇମ୍ରାନ ଖାନଙ୍କ ସମର୍ଥକଙ୍କ ବିରୋଧ ଓ ଚାରିଆଡ଼ୁ ଚାପ ପରେ ପାକିସ୍ତାନର ଶେହବାଜ ସରକାର ନତମସ୍ତକ ହୋଇଛି ।
ଇମ୍ରାନଙ୍କ ଭଉଣୀ ଉଜମା ଖାନମଙ୍କୁ ଜେଲ୍ ଭିତରକୁ ଯିବାକୁ ଅନୁମତି ଦେଇଛି । ଏବେ ଇମ୍ରାନ ଖାନ ରାୱଲପିଣ୍ଡିର ଆଦିଆଲା ଜେଲ୍ରେ ଅଛନ୍ତି । ଭାଇଙ୍କୁ ଭେଟିବାକୁ ଉଜମା ଆଦିଆଲା ଜେଲ୍ ଭିତରକୁ ଯାଇଥିବା ବେଳେ ବାହାରେ ଭିଡ଼ ଜମାଇଛନ୍ତି ପିଟିଆଇର ସମର୍ଥକ ।
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ଭୟଙ୍କର ସ୍ଥିତି ! ସରକାରଙ୍କୁ ଘାରିଲାଣି ଚିନ୍ତା, ରାଜଧାନୀରେ କର୍ଫ୍ୟୁ
ପାକିସ୍ତାନର ଦୁଇ ବଡ଼ ସହର ଇସଲାମାବାଦ ଓ ରାୱଲପିଣ୍ଡିରେ ୧୪୪ ଧାରା ଲାଗୁ ସମୟରେ ଏହି ଖବର ଆସିଛି । ଏହା ପୂର୍ବରୁ ଗୃହ ରାଷ୍ଟ୍ର ମନ୍ତ୍ରୀ ତଲାଲ ଚୌଧରୀ କଡ଼ା ଚେତାବନୀ ଦେଇ କହିଥିଲେ, "ଯିଏ କେହି ବି ୧୪୪ ଧାରର ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପରିବାର ଓ ପିଟିଆଇ ନେତାଙ୍କୁ ବିଗତ କିଛି ସପ୍ତାହ ହେଲା ଭେଟିବାକୁ ଅନୁମତି ଦେଉନଥିଲେ ପାକିସ୍ତାନ ସରକାର । ଇମ୍ରାନଙ୍କୁ ପିଟିଆଇ ସଦସ୍ୟ ଭେଟିବା ଉପରେ ଲାଗିଥିବା ପ୍ରତିବନ୍ଧକ ବିରୋଧରେ ଇସଲାମାବାଦ ହାଇକୋର୍ଟ ସହ ଆଦିଆଲା ଜେଲ୍ ବାହାରେ ପିଟିଆଇ ବିରୋଧ ପ୍ରଦର୍ଶନ କରିଛି ।
ଏଥିସହ ପଢ଼ନ୍ତୁ: ଦ୍ଵନ୍ଦ୍ଵ ଦୂର କଲେ କେନ୍ଦ୍ର ମନ୍ତ୍ରୀ; କହିଲେ- 'ରଖିବେ ନା ହଟାଇବେ ? ଆପଣଙ୍କ ଇଚ୍ଛା...'
ଜେଲ୍ରେ ଭାଇକୁ ଭେଟିବାକୁ ଅନୁମତି ଦିଆ ନଯିବା ନେଇ ଭଉଣୀ ଶୁକ୍ରବାର ଇସଲାମାବାଦ ହାଇକୋର୍ଟ ଯାଇଥିଲେ । ଆଦିଆଲା ଜେଲର ଅଧୀକ୍ଷକ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରିଥିଲେ । ଆବେଦନରେ ଇସଲାମାବାଦ ହାଇକୋର୍ଟ ଦେଇଥିବା ମାର୍ଚ୍ଚ ୨୪ ନିର୍ଦ୍ଦେଶନାମା କଥା କହିଥିଲେ । ଯେଉଁଥିରେ ୭୩ ବର୍ଷୀୟ ଇମ୍ରାନ ଖାନଙ୍କୁ ସପ୍ତାହକୁ ୨ ଥର ଭେଟିବାକୁ ଅନୁମତି ରହିଥିଲା । ୨୦୨୩ ଅଗଷ୍ଟରୁ ରାୱଲପିଣ୍ଡିର ଆଦିଆଲା ଜେଲ୍ରେ ଅଛନ୍ତି ଇମ୍ରାନ ଖାନ ।
ଇମ୍ରାନଙ୍କ ପରିବାରକୁ ତାଙ୍କୁ ଜେଲ୍ରେ ଭେଟିବାକୁ ଦିଆଯାଉ ନଥିବା ସମୟରେ ଇମ୍ରାନଙ୍କ ସ୍ଵାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏପରିକି ଇମ୍ରାନ ଅସୁସ୍ଥ ଏବଂ ମୃତ୍ୟୁ ନେଇ ଗୁଜବ ହୋଇଥିଲା । ଶେଷରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତଲାଲ ଚୌଧରୀ ସଂସଦରେ କହିଥିଲେ, 'ଇମ୍ରାନ୍ ଠିକ ଅଛନ୍ତି, ପୂର୍ବ ଭଳି ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।'

Related Topics
Explore more stories