Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ 

Manini Pattanayak
Browse all articles by Manini Pattanayak
·1 year ago·1 min read
ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ 

ଭୁବନେଶ୍ୱର:  ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନକଲି ପୋଲିସ ଅଫିସର ସୁବାସ ଚନ୍ଦ୍ର କୁହଁରକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡିଛି । ନିଜକୁ ପୋଲିସ ଅଧିକାରୀ କହି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଥିଲା । ତିନି ଜଣଙ୍କୁ ବିବାହ କରିଛି । ତୃତୀୟ ସ୍ତ୍ରୀଙ୍କ ଅଭିଯୋଗ ପରେ ବାନ୍ଧିଲା ଖଣ୍ଡଗିରି ପୋଲିସ । ପୋଲିସ ଡ୍ରେସ ପିନ୍ଧି ଫେସବୁକରେ ପୋଷ୍ଟ କରିଥିଲା ଅଭିଯୁକ୍ତ ।

ମନୋଜ ମିଶ୍ର ନାଁରେ ଫେସବୁକରେ ଫେକ ଆଇଡି କରିଥିଲା । ଅଭିଯୋଗକାରିଣୀଙ୍କ ଗର୍ଭ ନଷ୍ଟ କରିବା ସହ ତାଙ୍କୁ ବ୍ଲାକମେଲିଙ୍ଗ କରି ଟଙ୍କା ଠକେଇ କରିଥିବା ନେଇ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ | ରାଉରକେଲା ଥାନା ଅଧିକାରୀ କହି ଯୁବତୀ ଓ ମହିଳାଙ୍କୁ ପ୍ରେମ ଜାଲରେ ଫସଉଥିଲା । ଆଉ କେଉଁ କେଉଁ ମହିଳାଙ୍କୁ ଠକେଇ କରିଛି ନକଲି ପୋଲିସ ତାର ଖୋଳ ତାଡ଼ କରୁଛି ଖଣ୍ଡଗିରି ଥାନା ପୋଲିସ । 
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake police tied up by real police | Argus News