Videos
|
Odisha

ନକଲି ରସିଦ ଦେଇ ଡ୍ରାଇଭରଙ୍କଠୁ କରୁଛନ୍ତି ଚାନ୍ଦା ଆଦାୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନକଲି ରସିଦ ଦେଇ ଡ୍ରାଇଭରଙ୍କଠୁ କରୁଛନ୍ତି ଚାନ୍ଦା ଆଦାୟ

ଅର୍ଗସ ବ୍ୟୁରୋ:  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟରେ ମାତିଛନ୍ତି ନକଲି RTO ଓ MVI । ନକଲି ରସିଦ ଦେଇ ଡ୍ରାଇଭରଙ୍କଠୁ କରୁଛନ୍ତି ଚାନ୍ଦା ଆଦାୟ । ଟୋଲଗେଟର ୫୦୦ ମିଟର ପୂର୍ବରୁ ଏବଂ ପରେ ଗଢି ଉଠିଛି ମାଳ ମାଳ ଟ୍ରାନ୍ସପୋର୍ଟ ପାସିଂ ଅଫିସ । ଯାହାର ପର୍ଦ୍ଦାଫାସ କରିଛି ଜଳେଶ୍ୱର ପୋଲିସ୍ । ଜଳେଶ୍ୱର ଥାନାର ସବ୍-ଇନ୍ସପେକ୍ଟର ଚିରଞ୍ଜିବୀ ରାଉତ ସହ ଅନ୍ୟ ଷ୍ଟାଫ ପେଟ୍ରୋଲିଂ କରୁଥିବାବେଳେ ଦୁଇ ଜଣ ନକଲି RTO ଗିରଫ ହୋଇଛନ୍ତି । ସେମାନଙ୍କ ସେମାନଙ୍କ ନାଁରେ କେଶ ନମ୍ବର ୧୫୪ ଆଇପିସି ଧାରା ୪୭୭, ୪୨୦, ୩୮୪, ୩୪ରେ କେସ ରୁଜୁ କରାଯାଇଛି ।

୨ ଗିରଫ ବ୍ୟକ୍ତି ଜଳେଶ୍ଵର ଥାନା ନହଞ୍ଚରା ଗାଁର ତୁଷାର ରଞ୍ଜନ  ପରିଡା ଏବଂ ଝାଡ଼ଖଣ୍ଡ ଅଞ୍ଚଳର ସମ୍ଭୁ ସାହୁ । ଏହି ୨ ଜଣ ବିଭିନ୍ନ ରାଜ୍ୟର ଗାଡ଼ି ଡ୍ରାଇଭର ମାନଙ୍କୁ ନକଲି ଟ୍ରାନ୍ସପୋର୍ଟ ପାସିଂ ଦେଉଥିଲେ । ସେମାନଙ୍କ ପାଖରୁ ବିଭିନ୍ନ ରାଜ୍ୟର ଯଥା ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର ରାଜ୍ୟର ଆରଟିଓ ଏବଂ MVIଙ୍କ ଷ୍ଟାମ୍ପ୍, ଚେକପୋଷ୍ଟ ରିସିଭ ବୁକ୍, ୧୧ଟି ନକଲି ଷ୍ଟାମ୍ପ ସହ ମୋବାଇଲ୍, ଲାପଟପ୍ ପେନଡ୍ରାଇଭ, ଗାଡ଼ି ସହ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିତ ପୋଲିସ ହାତରେ ଲାଗିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fake RTO, MVI Arrested In Balasore | Argus News