Fake Tantrik Arrested / ଭୂତ ଲାଗିଥିବା କହି କରୁଥିଲେ ଝଡ଼ାଫୁଙ୍କା, ଭଣ୍ଡ ତାନ୍ତ୍ରିକକୁ ବାନ୍ଧିଲା ପୁଲିସ
·11 mins ago·2 min read

Key Points
ଭୂତ ଲାଗିଥିବା କହି କରୁଥିଲେ ଝଡ଼ାଫୁଙ୍କା
ଭଣ୍ଡ ତାନ୍ତ୍ରିକ କୃଷ୍ଣ ମୁନିକୁ ବାନ୍ଧିଲା ପୁଲିସ
ଗଞ୍ଜାମ ଜିଲ୍ଲା ଗାଙ୍ଗପୁରର ଘଟଣା

ଭଞ୍ଜନଗର, ଗୁଣିଗାରେଡ଼ି, ଯାଦୁବିଦ୍ୟା ଓ ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କୁ ଠକେଇ କରିବା ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଗାଙ୍ଗପୁର ପୁଲିସ ଡି. ସିଂପୁର ଗ୍ରାମର କୃଷ୍ଣ ମୁନି (୨୪) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁବାର ରାତିରେ ଗିରଫ ପରେ ଶୁକ୍ରବାର ତାଙ୍କୁ ଆସିକା ଜେଏମ୍ଏଫ୍ସି ଅଦାଲତରେ ହାଜର କରାଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ଗ୍ରାମ ଶେଷ ମୁଣ୍ଡରେ ଥିବା ଏକ ଅର୍ଦ୍ଧନିର୍ମିତ ମାଆ କାଳୀ ମନ୍ଦିରରେ କୃଷ୍ଣ ଦୀର୍ଘଦିନ ଧରି ଗୁଣିଗାରେଡ଼ି, ମାନସିକ ରୋଗୀଙ୍କୁ ଝଡ଼ାଫୁଙ୍କା ଓ ତାନ୍ତ୍ରିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ମନ୍ତ୍ର, କବଚ ଓ ତନ୍ତ୍ରବିଦ୍ୟା ଦ୍ୱାରା ବିଭିନ୍ନ ରୋଗ ଭଲ କରିବା ଏବଂ ସମସ୍ୟାର ସମାଧାନ କରିବାର ଦାବି କରି ସେ ଗଞ୍ଜାମ ସମେତ ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରର ଲୋକଙ୍କୁ ଆକୃଷ୍ଟ କରୁଥିବା ପୁଲିସ କହିଛି । ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ଏହାର ପ୍ରଚାର କରାଯାଉଥିଲା । ଏପରିକି ତାନ୍ତ୍ରିକ କାର୍ଯ୍ୟକ୍ରମ ସମୟରେ କିଛି କୌଶଳ ବା ତରଳ ପଦାର୍ଥ ବ୍ୟବହାର କରି ଲୋକଙ୍କୁ ଅଚେତ କରାଯାଉଥିବା ଏବଂ ରୋଗ ଭଲ କରିବା ଆଳରେ ନିରୀହ ଲୋକଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ରହିଛି ।
ପଢନ୍ତୁ ଏହି ଖବର: ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ
ଗତ ମାସରେ ମନ୍ଦିରରେ ଆୟୋଜିତ ହୋମଯଜ୍ଞରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଜଣ ଯୋଗ ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଭଞ୍ଜନଗର ଏସଡିପିଓ ଡା ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ସୂଚନା ଆଧାରରେ ପୁଲିସ ଉକ୍ତ ମନ୍ଦିରରେ ଚଢ଼ଉ କରି ମାଟି ଧୂପଦାନୀ, ପାଞ୍ଚଟି କଉଡ଼ି, ନାଲି ସୂତା, ବିଭିନ୍ନ ରଙ୍ଗର ମୁରୁଜ, ସିନ୍ଦୂର, ଷ୍ଟିଲ୍ ଛୁରି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ତାଙ୍କ ସାନଭାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଗାଙ୍ଗପୁର ଥାନାରେ ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories