|
logo
Live

Argus News - କିରାନା ଦୋକାନରୁ କୋଟି କୋଟିର ମାଲିକ ଦେବରାଜ ଓରଫ୍ ଡବ୍ଲୁ

Odisha

କିରାନା ଦୋକାନରୁ କୋଟି କୋଟିର ମାଲିକ ଦେବରାଜ ଓରଫ୍ ଡବ୍ଲୁ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
କିରାନା ଦୋକାନରୁ କୋଟି କୋଟିର ମାଲିକ ଦେବରାଜ ଓରଫ୍ ଡବ୍ଲୁ

Key Points

  • କିରାନା ଦୋକାନରୁ କୋଟି କୋଟିର ମାଲିକ ଦେବରାଜ ଓରଫ୍ ଡବ୍ଲୁ
  • ବଣେଇ ବିଦେଶୀ ମଦ ଦୋକାନରେ ଭେଜାଲ୍ ମଦ ପଛରେ ଡବ୍ଲୁ !
  • ଭାଇ ନାଁରେ ଲାଇସେନସ ନେଇ ଡବ୍ଲୁ ବିକୁଥିଲା କି ଜହର
  • ଚାନ୍ଦା ନେଇ ଡବ୍ଲୁଙ୍କୁ ସୁରକ୍ଷା ଦେଉଥିବା ସେ ଆଇପିଏସ୍ ଅଧିକାରୀ କିଏ
  • କାହା ବାହାଘରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ଡବ୍ଲୁ

ଅର୍ଗସ ବ୍ୟୁରୋ : ବିଦେଶୀ ମଦ ବୋତଲରେ ନକଲି ମଦ। ଭେଜାଲ୍ ମଦ ତିଆରି କରି ନିଜ ଦୋକାନରେ ବିକ୍ରି କରୁଥିଲେ ଦେବ ନାରାୟଣ ସାହୁ ଓରଫ ଡବ୍ଲୁର ଭାଇ । ଅବକାରୀ ବିଭାଗର ରେଡ୍ ପରେ ଖୋଲୁଛି ଦେବନାରାୟଣ ସାହୁ ଓରଫ୍ ଡବ୍ଲୁର କଳାସାମ୍ରାଜ୍ୟର ଗୁମର । ୨୦୦୩-୦୪ ରେ କିରାନା ବା ଗ୍ରୋସରି ଦୋକାନ କରିଥିଲେ ଡବ୍ଲୁର ବାପା। ସ୍କୁଟର ଚଢି ଆରମ୍ଭ ଡବ୍ଲୁ କରିଥିଲା ବେପାର। ତାପରେ ଦେଶୀ ମଦ, ବିଦେଶୀ ମଦ ଓ ଖଣି କାରବାରରୁ କୋଟି କୋଟି ଟଙ୍କାର ବିଜନେସ୍। ପୁରା ସୁନ୍ଦରଗଡ଼ ଓ କେନ୍ଦୁଝରର ଖଣି ଉପରେ ତା କବଜା ଥିବା ହୋଇଛି ଅଭିଯୋଗ। ବେଆଇନ୍ ଖଣିରୁ ଚାନ୍ଦା ପହଞ୍ଚୁଥିଲା ବିଜେଡି ପାଣ୍ଠିକୁ । ଏଭଳି ସାଂଘାତିକ ଅଭିଯୋଗ ପରେ ଡବ୍ଲୁକୁ ନେଇ ବଢୁଛି ସସପେନ୍ସ । 

ଅଧିକ ପଢନ୍ତୁ : ୬ ଜଣ କୁଖ୍ୟାତ ଅପରାଧୀକୁ ଗିରଫ କଲା ପୋଲିସ

କାହା ବଳରେ ମଦ ଓ ଖଣି ସାମ୍ରାଜ୍ୟ ଠିଆ କରିଛି ଡବ୍ଲୁ, କିଏ ତା ଗଡ଼ଫାଦର, କିଏ ତା ବସ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ବଣେଇର ଜଣେ ପୋଲିସ ଅଫିସରଙ୍କ  ବାହାଘରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି ଡବ୍ଲୁ। ତାଙ୍କ ମାଧ୍ୟମରେ ଡବ୍ଲୁର ଲିଙ୍କ୍ ଥିଲା ରାଉରକେଲାର ଜଣେ ପୂର୍ବତନ ଏସପିଙ୍କ ସହ। ଆଉ ସେହି ଏସପିଙ୍କ ମାଧ୍ୟମରେ ବିଜେଡି ସରକାରରେ ପାୱାରଫୁଲ୍ ଥିବା ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ଲିଙ୍କ୍ ଡବ୍ଲୁର । ଏଇ ମାଧ୍ୟମରେ ହିଁ ମଦ ଓ ଖଣି ଟାଙ୍କ ବିଜେଡିକୁ ଆସୁଥିବା ଅଭିଯୋଗ ହୋଇଛି।  ନକଲି ମଦ ଜବତ ପରେ ତନାଘନା ଆରମ୍ଭ କରିଛି ଅବକାରୀ ବିଭାଗ। ଡବ୍ଲୁଙ୍କ ଭାଇ ଗିରଫ ହେଲେ ଖୋଲିବ ତାଙ୍କ ପୋଲ୍। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କିରାନା ଦୋକାନରୁ କୋଟି କୋଟିର ମାଲିକ ଦେବରାଜ ଓରଫ୍ ଡବ୍ଲୁ | Argus News