Videos
|
Odisha

Three Arrested / ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ: ୨୪ ଘଣ୍ଟା ମଧ୍ୟରେ ୩ ଗିରଫ

Bikash Mohanty
Browse all articles by Bikash Mohanty
·1 month ago·2 min read
ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ: ୨୪ ଘଣ୍ଟା ମଧ୍ୟରେ ୩ ଗିରଫ
Three Arrested

Key Points

ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ
୨୪ ଘଣ୍ଟା ମଧ୍ୟରେ ୩ ଗିରଫ
୩ ଅଭିଯୁକ୍ତ ହେଲେ ମମତାଜ ସାହୁ, ସୁରସିଂ ପାତ୍ର ଓ ବଦଳେବ ସାହୁ 
କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡାଙ୍କ ସୁଚନା 

ଭବାନିପାଟଣା,୦୭/୦୮: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅର୍ନ୍ତଗତ ଡି କର୍ଲାଖୁଣ୍ଟା ସରପଞ୍ଚଙ୍କ ସ୍ବାମୀ ତଥା ବିଜେପି ନେତା ଫକୀର ରଣାଙ୍କ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ହତ୍ୟାକାଣ୍ଡ ଘଟିବାର  ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ୩ ଅଭିଯୁକ୍ତ ହେଲେ  ମମତାଜ ସାହୁ, ସୁରସିଂ ପାତ୍ର ଓ ବଦଳେବ ସାହୁ  ବୋଲି କହିଛନ୍ତି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା। ପୂର୍ବ ଶତ୍ରୁତାରୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ବିବାଦ ରହିଛି ବୋଲି କଳାହାଣ୍ଡି ଏସପି ସୁଚନା ଦେଇଛନ୍ତି।

ଗତ ବୁଧବାର ସନ୍ଧ୍ୟାରେ ଫକୀର ରଣା ମ.ରାମପୁରରେ ବ୍ୟକ୍ତିଗତ କାମ ସାରି ବାଇକ୍‌ ଯୋଗେ ନିଜ ଗାଁ ଘରକୁ ଫେରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳକୁ କିଛି ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ନେଇ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଯୋରରେ ଚିତ୍କାର କରିଥିଲେ। ରଣାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ପଢନ୍ତୁ ଏହି ଖବର: ଲିଭଇନରେ ରହି ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ

ମଦନପୁର ରାମପୁର ଥାନା ପୋଲିସ ଓ କେସିଙ୍ଗା ଏସଡିପିଓ ଏହି ଘଟଣାର ତଦନ୍ତ କରୁଥିଲେ। ଅଭିଯୁକ୍ତ ମାନଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ । ଫକୀରଙ୍କର କାହା ସହ ରାଜନୈତିକ ଶତ୍ରୁତା ଥିଲା କି? ବ୍ୟବସାୟିକ ଶତ୍ରୁତା ଥିଲା କି? ପରିବାର ମଧ୍ୟରେ କିଛି ବାଦ ବିବାଦ ଲାଗି ରହିଥିଲା କି? ଠିକା କାମକୁ ନେଇ ଫକୀର ରଣାଙ୍କୁ ହତ୍ୟା ହୋଇଛି କି ? ଏ ସମସ୍ତ ଦିଗକୁ ନେଇ ପୋଲିସ ଛାନବିନ୍ କରୁଥିଲା ପୋଲିସ । ଏହି ଘଟଣାକୁ ନେଇ ସ୍ଥାନୀୟ ବିଜେପି କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଥିଲେ। ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଅତିରିକ୍ତ ପୋଲିସ ମୁତୟନ କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ।
Fakir Rana Murder Case: 3 Arrested Within 24 Hours | Argus News