Odisha News / ଅଭାବନୀୟ ଘଟଣା: ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁ ମୃତ
·10 months ago·2 min read

Key Points
ବଡମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଏଭଳି ଘଟଣା ଯେ, ଗାଁ ସାରା ଲୋକ କାନ୍ଦୁଛନ୍ତି। ବୁଲିବାକୁ ଅଜା ଘରକୁ ଆସିଥିଲେ। କିନ୍ତୁ ଦଇବ ଏମିତି କଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେିଛି।
ବଡମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଏଭଳି ଘଟଣା ଯେ, ଗାଁ ସାରା ଲୋକ କାନ୍ଦୁଛନ୍ତି। ବୁଲିବାକୁ ଅଜା ଘରକୁ ଆସିଥିଲେ। କିନ୍ତୁ ଦଇବ ଏମିତି କଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେିଛି। ସତେ ଯେମିତି ଯମ ଛକି ବସିଥିଲେ କୁନି କୁନି ଶିଶୁଙ୍କୁ ନେବାକୁ। ଦଇବ ମରଣ ଆଡ଼କୁ ବାଟ କଢେଇ ନେଲା। ୩ ଛୁଆ ଡକାଡକି ହୋଇ ଚାଲିଗଲେ। ଏପଟେ ମା' ଛାତି ଫାଟିଯାଉଛି। ତା' ଧନ ଶୋଇଛି ଯେ, ଆଉ ଉଠୁନି। କାନ୍ଦ ଦେଖିଲେ ହୃଦୟ ଫାଟିଯିବ। ହେଲେ ବିଧାତା ଏତେ ନିଷ୍ଠୁର କେମିତି ହେଲା। ଏହି ନିଷ୍ପାପ ଶିଶୁମାନେ କି ଦୋଷ କରିଥିଲେ। କାହିଁକି ଏମିତି ହେଲା। ଆଜି ଖେଳୁଥିବାବେଳେ ଲାଟିନ ଟାଙ୍କିରେ ପଡି ଦୁଇ ନାବାଳକଙ୍କ ସହ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି।
ଏହାସହ ପଢ଼ନ୍ତୁ: ଶୌଚ ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ ! ମୁହଁକୁ ଛେଚି ମାରିଦେବାକୁ ଉଦ୍ୟମ
ମୃତକ ହେଲେ ଶୁଭମ ନାୟକ (୩), ଶିବାନି ନାୟକ (୭), ଅଙ୍କିତ ନାୟକ (୯) ବର୍ଷ। ମୃତକ ତିନି ଜଣ ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁର। ବଡମ୍ବା ମେଡିକାଲରେ ପୋଲିସ ପହଞ୍ଚି ମୃତଦେହ କରିବା ସହ ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଠଗଡ଼ SDPO ବିଶ୍ୱଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା: ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ
ବ୍ରହ୍ମପୁରର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା । ପୋଲିସ୍କୁ ମିଳିଲା ବଡ଼ ସଫଳତା । ପୋଲିସ୍ କବଜାରେ ସୁଟର୍ କୁରୁପତି ଭୂୟାଁ । କିଛି ଦିନର ଲୁଚକାଳି ଖେଳ ପରେ ଶେଷରେ କୁରୁପତି ଭୂୟାଁଙ୍କୁ ପୋଲିସ୍ ଗିରଫ କରିଛି । ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ୍ ଏବେ ପଚରାଉଚରା କରୁଥିବା ସୂଚନା ମିଳିଛି ।
କେବଳ କୁରୁପତି ନୁହେଁ ବରଂ ଏହି ହାଇପ୍ରୋଫାଇଲ ମର୍ଡର କେସ୍ର ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ମଧ୍ୟ ପୋଲିସ୍ ହାତରେ ଧରାପଡ଼ିଛି । ପୀତବାସ ପଣ୍ଡାଙ୍କ ମର୍ଡର ପ୍ଲଟ ରଚିଥିବା ଉମା ବିଷୋୟୀଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଉମା ପ୍ରଥମେ ସେପ୍ଟେମ୍ବର ୧୦ରେ ବିହାର ସାର୍ପ ସୁଟରଙ୍କୁ ବ୍ରହ୍ମପୁର ଡାକି ଆଣିଥିଲା ।
କିନ୍ତୁ ବିହାର ସାର୍ପ ସୁଟର ଫେରିଯିବା ପରେ ସ୍ଥାନୀୟ ବନ୍ଥପଲ୍ଲୀ ଅଞ୍ଚଳର ଚିଣ୍ଟୁ ଓ କୁରୁପତିଙ୍କୁ ସାର୍ପ ସୁଟର ଭାବେ ନିୟୋଜିତ କରିଥିଲା ଉମା । ମଳୟଙ୍କ ସହ ଯୋଗାଯୋଗରେ ରହି ଉମା ସମସ୍ତ ଷଡ଼ଯନ୍ତ୍ର ରଚିଥିଲା ।

Related Topics
Explore more stories