Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Pitabash Panda Murder Case / ପୀତବାସ ପଣ୍ଡା ହତ୍ୟା: ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ପୀତବାସ ପଣ୍ଡା ହତ୍ୟା: ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ

Key Points

ପୀତବାସ ପଣ୍ଡା ହତ୍ୟା ମାମଲା । ପୋଲିସ୍‌କୁ ମିଳିଲା ବଡ଼ ସଫଳତା । ସାର୍ପ ସୁଟର କୁରୁପତି ଭୂଆଁ ଗିରଫ । 
ବ୍ରହ୍ମପୁରର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା । ପୋଲିସ୍‌କୁ ମିଳିଲା ବଡ଼ ସଫଳତା । ପୋଲିସ୍‌ କବଜାରେ ସୁଟର୍‌ କୁରୁପତି ଭୂୟାଁ । କିଛି ଦିନର ଲୁଚକାଳି ଖେଳ ପରେ ଶେଷରେ କୁରୁପତି ଭୂୟାଁଙ୍କୁ ପୋଲିସ୍‌ ଗିରଫ କରିଛି । ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ୍ ଏବେ ପଚରାଉଚରା କରୁଥିବା ସୂଚନା ମିଳିଛି ।

କେବଳ କୁରୁପତି ନୁହେଁ ବରଂ ଏହି ହାଇପ୍ରୋଫାଇଲ ମର୍ଡର କେସ୍‌ର ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ମଧ୍ୟ ପୋଲିସ୍ ହାତରେ ଧରାପଡ଼ିଛି । ପୀତବାସ ପଣ୍ଡାଙ୍କ ମର୍ଡର ପ୍ଲଟ ରଚିଥିବା ଉମା ବିଷୋୟୀଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଉମା ପ୍ରଥମେ ସେପ୍ଟେମ୍ବର ୧୦ରେ ବିହାର ସାର୍ପ ସୁଟରଙ୍କୁ ବ୍ରହ୍ମପୁର ଡାକି ଆଣିଥିଲା ।
କିନ୍ତୁ ବିହାର ସାର୍ପ ସୁଟର ଫେରିଯିବା ପରେ ସ୍ଥାନୀୟ ବନ୍ଥପଲ୍ଲୀ ଅଞ୍ଚଳର ଚିଣ୍ଟୁ ଓ କୁରୁପତିଙ୍କୁ ସାର୍ପ ସୁଟର ଭାବେ ନିୟୋଜିତ କରିଥିଲା ଉମା । ମଳୟଙ୍କ ସହ ଯୋଗାଯୋଗରେ ରହି ଉମା ସମସ୍ତ ଷଡ଼ଯନ୍ତ୍ର ରଚିଥିଲା ।

ଅଧିକ ପଢ଼ନ୍ତୁ: ଶ୍ରୀମୟୀ କହିଦେଲେ କେମିତି ହେଉଛି BJDର ଉତ୍ତରାଧିକାରୀ ହାଇଜ୍ୟାକ ପ୍ଲାନ୍...

ଘଟଣା ପରଠାରୁ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁ ଫେରାର୍ ରହିଥିଲେ । ଏବେ ବ୍ରହ୍ମପୁର ପୋଲିସ ଉମା ଓ କୁରୁପତିକୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ପୋଲିସ କେଉଁଠାରୁ ଉମା ବିଷୋୟୀ ଓ କୁରୁପତିକୁ ଗିରଫ କରିଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ପୋଲିସ ଅନୁସାରେ, ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ମିଶି ସବୁଦିନ ପାଇଁ ପୀତବାସଙ୍କୁ ହତ୍ୟା କରିବାକୁ ଯୋଜନା କରଥିଲେ ଶିବଶଙ୍କର ଦାଶ । ଆଉ ଏଥିରେ ସହଯୋଗ କରିଥିଲେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କ ସହ ମିଶି ବିକ୍ରମଙ୍କ ଘନିଷ୍ଠ ସହଯୋଗୀ ମଦନ ଦଳେଇ ହତ୍ୟାର ସବୁ ଯୋଜନା କରିଥିଲେ ।

ଯୋଜନା ଅନୁସାରେ, ସେପ୍ଟେମ୍ବର ୧୦ରେ ବିହାରରୁ ଦୁଇ ସାର୍ପ ସୁଟର ବ୍ରହ୍ମପୁର ଆସି ରେକି କରଥିଲେ । ସେପ୍ଟେମ୍ବର ୧୪ ତାରିଖରେ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲେ । ହେଲେ ବିହାରରୁ ଆସିଥିବା ଅପରାଧୀ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଫେରି ପଳାଇଥିଲେ । ଏହା ପରେ ଉମା ବିଷୋୟୀ ସ୍ଥାନୀୟ ଅପରାଧୀଙ୍କୁ ଏଥିରେ ନିୟୋଜିତ କରିଥିଲେ ।

ବେଙ୍ଗାଲୁରୁରେ କାମ କରୁଥିବା ଚିଣ୍ଟୁ ପ୍ରଧାନ ସହ କୁରୁପତି ଭୂୟାଁଙ୍କୁ ସୁପାରି ଦେଇଥିଲେ ଉମା ବିଷୋୟୀ । ସେମାନଙ୍କୁ ୮ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଗୁଳି କରିବାକୁ ୫ ଲକ୍ଷ ଓ ବାଇକ୍ ଚାଳକଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ । ଉଭୟଙ୍କୁ ପୀତବାସଙ୍କ ଚ୍ୟାମ୍ବର ନିକଟରେ ଏକ ଘରେ ରଖିଥିଲେ । ଅକ୍ଟୋବର ୬ ତାରିଖରେ ପୀତବାସଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କ ନମସ୍କାର କରି ସେ ବୋଲି ସ୍ପଷ୍ଟ ହେବା ପରେ ଗୁଳି କରିଥିଲେ କୁରୁପତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kurupati Bhuyan Arrested in Pitabas Panda Murder Case | Argus News