Videos
|
Odisha

ରାଜ୍ୟ ସରକାରଙ୍କ ବୁକଲେଟର ମିଛ ପ୍ରଚାର

Ritu Das
Browse all articles by Ritu Das
·2 years ago·2 min read
ରାଜ୍ୟ ସରକାରଙ୍କ ବୁକଲେଟର ମିଛ ପ୍ରଚାର

ଅର୍ଗସ ବ୍ୟୁରୋ: ଧୀରେ ଧୀରେ ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ ଖୋଲୁଛି। ବୁକଲେଟରେ ସରକାରୀ ସହାୟତା ନେଇ ଭୁଲ ତଥ୍ୟ ଛାପୁଛନ୍ତି ରାଜ୍ୟ ସରକାର। ଯାହାର ପ୍ରମାଣ ସହ ତଥ୍ୟ ଲାଗିଛି ଅର୍ଗସ ହାତରେ। ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରି ପ୍ରତ୍ୟେକ ଲୋକଙ୍କୁ ବୁକଲେଟ ବଣ୍ଟନ କରୁଛନ୍ତି କିନ୍ତୁ ସାଂସଦଙ୍କ ଅନୁଦାନକୁ ବିଜେଡି ମୋହର ଥିବା ନେଇ ବିଜେପି ଅଭିଯୋଗ ଆଣିଛି। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁନ୍ତଲା ବ୍ଲକ ଶିଷକେଲା ଖେଳ ପଡିଆ ଉନ୍ନତି କରଣ ପାଇଁ 2022-23 ମସିହାରେ ବିଜେପି ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି ତରଫରୁ 10 ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି କିନ୍ତୁ ଶିଷକେଳା ଠାରେ ଖେଳ ପଡିଆ ନିର୍ମାଣ ପାଇଁ 10 ଲକ୍ଷ ଟଙ୍କାରେ ପଞ୍ଚାୟତିରାଜ ବିଭାଗ ଦ୍ୱାରା ନିର୍ମିତ ବୋଲି ବିଜେଡି ଉଲ୍ଲେଖ କରିଛି l 

ସେହିପରି ଘୁନସର ଗ୍ରାମ ମିନି ଷ୍ଟାଡିୟମ ନିର୍ମାଣ ପାଇଁ 2022-23 ମସିହା ରେ ବିଜେପି ସାଂସଦଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠି ରୁ 10 ଲକ୍ଷ ଟଙ୍କା ଅନୁଦାନ ଦିଆଯାଇ ଥିବା ବେଳେ ଘୁନସରଠାରେ ଖେଳ ପଡିଆ ନିର୍ମାଣ ପାଇଁ 10 ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି ବୋଲି ବିଜେଡ଼ି ଉଲ୍ଳେଖ କରିଛି। ତେବେ କାହିଁକି ଏଭଳି ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର। 

କୁମ୍ଭାରୀ ଗାଁର ପ୍ରଭାଷିନୀ ବଗର୍ତ୍ତିଙ୍କୁ କେନ୍ଦ୍ର ସରକାର ଆବାସ ଯୋଜନାରେ ସାମିଲ କରି 1 ଲକ୍ଷ 30 ହଜାର ଟଙ୍କା ଦେଇ ଥିବା ବେଳେ ତାହା ମଧ୍ୟ ଉଲ୍ଲେଖ ରହିଛି। ସେହିପରି ଝରବାହାଳୀ ଗାଁର ଜ୍ଞାନ ଦେଇ ବୁଡ଼େକଙ୍କୁ ପ୍ରଧାନମନ୍ତ୍ରୀ ଆବାସରେ ସାମିଲ କରି 1 ଲକ୍ଷ 30 ହଜାର ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି ତାହା ମଧ୍ୟ ଉଲ୍ଲେଖ ରହିଛି। କେନ୍ଦ୍ରର ନା ଥିବା ସତ୍ତ୍ବେ ରାଜ୍ୟ ସରକାର କିଭଳି ମିଛ ପ୍ରଚାର କରୁଛନ୍ତି ତାହା ବୁଝାପଡ଼ୁନି। 

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସରକାର ମିଛ ପ୍ରଚାରରେ ଏତେ ମାତିଛନ୍ତି ଯେ, ଥରେ ଭାବୁ ନାହାନ୍ତି। ଥରେ ଦେଖନ୍ତୁ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରିଥିବା ସଇଁନ୍ତଳା ବ୍ଲକ ଗୌଏଲଭାଡ଼ି ଗାଁର ଗୌରାଙ୍ଗ ପଶାୟତଙ୍କୁ। ପେଟ ଓ ପିଠିରେ ଯନ୍ତ୍ରଣାରେ ପୀଡିତ ହୋଇ ଚିନ୍ତାରେ ପଡିଯାଇଥିଲି। ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗୁଁ ରାୟପୁର ସ୍ଥିତ ଶ୍ରୀ ନାରାୟଣ ହସ୍ପିଟାଲରେ ମୋର ମାଗଣାରେ ଅସ୍ତ୍ରୋପ୍ରଚାର ହେଲା ବୋଲି ବୁକଲେଟରେ ଉଲ୍ଲେଖ ରହିଛି। କିନ୍ତୁ ଦୁଃଖର ବିଷୟ ଏହି ବ୍ୟକ୍ତି ଜଣକ ଏହି ଗାଁର ହିଁ ବାସିନ୍ଦା ନୁହନ୍ତି। ତେବେ କିଭଳି ଭାବେ ମିଛ ପ୍ରଚାର କରିଛନ୍ତି ରାଜ୍ୟ ସରକାର ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଆଗାମୀ 2024 ନିର୍ବାଚନ ଏହାର ଉଚିତ ଜବାବ ଦେବ ବୋଲି ବିଜେପି ନେତା କହିଛନ୍ତି। ଏନେଇ ସଇଁନ୍ତଳା ବିଡିଓ ବିନୟ ଭୋଇ କଣ କହୁଛନ୍ତି ଶୁଣନ୍ତୁ। ବାରମ୍ବାର ମିଛ ପ୍ରଚାର କରି ଲୋକ ହସା ହେଉଛନ୍ତି ରାଜ୍ୟ ସରକାର। କାହିଁକି  ଏଭଳି ବୁକଲେଟରେ ମିଛ ପ୍ରଚାର କରୁଛନ୍ତି ସରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

False Propaganda | Argus News