ଦିବ୍ୟାଙ୍ଗଙ୍କ କାନ୍ଧରେ ପରିବାର ବୋଝ

ଅର୍ଗସ ବ୍ୟୁରୋ: ଦୃଢ ଇଛାଶକ୍ତି ଏବଂ ନିଜ ମନବଳ ଶାରୀରିକ ଅକ୍ଷମତା ବି ହାର ମାନିଯିବ । ଜନ୍ମରୁ ସୁସ୍ଥ ମଣିଷ ଥିଲେ ପାଠ ପଢା ସମୟରେ ସାଥୀଙ୍କ ସହ ଖେଳିବା ସମୟରେ ହଠାତ ପୋଡିଯାଇଥିଲେ ଅଣ୍ଟାରେ ଆଘାତ ଲାଗି ନିଜର ଦୁଇ ଗଡ଼ ଅକାମି ହୋଇଗଲା। ଭାଗ୍ୟକୁ ଆଦରି ବସିଲେ। ଏସବୁ ଏଭଳି ଭାବେ ନିଜକୁ ନିଜେ ସ୍ୱତନ୍ତ୍ର ଗଢ଼ି ତୋଳିଛନ୍ତି ଏହି ଦିବ୍ୟାଙ୍ଗ ଯୁବକ ମାନୁବେଲ । ଶାରୀରିକ ଭାବେ 60 ପ୍ରତିସଦ ଭିନକ୍ଷମ କିନ୍ତୁ ଅନ୍ୟପାଇଁ ସାଜିଛନ୍ତି ପ୍ରେରଣା । ବର୍ତମାନ ଦିବ୍ୟାଙ୍ଗ କାନ୍ଧରେ ପରିବାର ବୋଝ । ଯାହା ରୋଜଗାର କରନ୍ତି ସେଥିରେ ଦୁଇ ପ୍ରାଣୀଙ୍କ ପେଟକୁ ଦାନା ଯାଏ।
ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ସାଗଡା ପଞ୍ଚୟତ ଅଙ୍ଗରା ଗ୍ରାମର ଇସ୍ରାଇଲ ରାଇକାଙ୍କ ପୁଅ ଇମନୁବେଲ ରାଇକା । ପରିବାର କହିଲେ ବାପା ମା ଦୁଇ ଭାଇ ଏବଂ ସ୍ତ୍ରୀ । 19 80ରେ ଜନ୍ମ ମନୁବେଲ ଅଭାବୀ ପରିବାରରେ ବଢିଥିଲେ ମଧ୍ୟ ସ୍ନାତକ ଯାଏ ପାଠ ପଢିଛନ୍ତି । ଚାକିରୀ ଖଣ୍ଡିଏ ପାଇଁ ବହୁ ବାର ଆବେଦନ କରିଛନ୍ତି କିନ୍ତୁ ସବୁଆଡୁ ତାଙ୍କୁ ନିରାଶ ହେବାକୁ ପଡିଥି ଲା। ତଥାପି ଭାଙ୍ଗିପଡ଼ିନଥିଲେ । ବଞ୍ଚିବା ପାଇଁ ସଂଘର୍ଷ କରି ନିଜେ କାହାଉପରେ ବୋଝ ନହେବେ ସେଥିପାଇଁ ମାନୁବେଲ ନିଜ ଗ୍ରାମ ଛାଡି 20 କିଲମିଟର ଦୂର ନୂଆଗାଁ କୁ ଆସି ସେଠାରେ ନିଜ ପରିବାର ସହ ଫଳ ପରିବା ଚାଷ କରି ବର୍ତ୍ତମାନ ନୂଆଗାଁ ମୁଖ୍ୟ ରାସ୍ତା କଡରେ ଫୋଳ ପରିବା ବିକ୍ରି କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
