Videos
|
Odisha

ଶବକୁ ଭସାଇ ଭସାଇ ଦାହ ପାଇଁ ନେଲେ ପରିବାର ଲୋକେ

Smruti Parija
Browse all articles by Smruti Parija
·2 years ago·2 min read
ଶବକୁ ଭସାଇ ଭସାଇ ଦାହ ପାଇଁ ନେଲେ ପରିବାର ଲୋକେ

ମାଲକାନଗିରି:  ଗାଁକୁ ନା ପୋଲ ଅଛି ନା ଗାଁରେ ଅଛି ଶ୍ମଶାନ । ମହାପ୍ରୟାଣ ଗାଡ଼ିର ସୁବିଧା ଏଠି ସାତସପନ । ଶେଷରେ ନିରୂପାୟ ହୋଇ ବାଉଁଶରେ ଭେଳା କରି ଶବକୁ ଭସାଇ ଭସାଇ ଦାହ ପାଇଁ ନେଲେ ପରିବାର ଲୋକେ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଗ୍ରାମ ପଞ୍ଚାୟତ କିରତଙ୍ଗଗୁଡା ଗ୍ରାମରେ । 

ଗ୍ରାମବାସୀଙ୍କ କହିବା ଅନୁଯାୟୀ କିରତଙ୍ଗଗୁଡା ଗ୍ରାମରେ କୌଣସି ଶ୍ମଶାନ ନଥିବା ହେତୁ ସେହି ଗ୍ରାମର ମୃତ ଶବକୁ ସେମାନେ ସଦର ଗ୍ରାମପଞ୍ଚାୟତ ମାରିୱାଡା ଶ୍ମଶାନକୁ ନେଇ ଆସନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ମଧ୍ୟ ମାରିୱାଡା ଓ କିରତଙ୍ଗ ଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ଏକ ନଦୀ ପ୍ରବାହିତ ହେଉଛି । 

ସେହି ନଦୀ ପାର ହେବା ପାଇଁ କୌଣସି ଡଙ୍ଗା ନଥିବାରୁ, ଶବକୁ ନଦୀ ପାର କରିବା ପାଇଁ କିରତଙ୍ଗଗୁଡାବାସୀ 4 ଗୋଟି ବଡ ହାଣ୍ଡିରେ କିଛି ବାଉଁଶ ବାନ୍ଧି ତା ଉପରେ ଶବକୁ ରାଖି ଠେଲି ଠେଲି ନଦୀ ପାର କରି ଶ୍ମଶାନକୁ ଆଣି ଶବଦାହ କରନ୍ତି । ସେହିପରି ଭାବେ ଆଜି କିରତଙ୍ଗ ଗୁଡା ଗ୍ରାମର ଗଙ୍ଗା ପୂଜାରୀ ନାମକ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଥିବାବେଳେ ଶବକୁ ନଦୀ ପାର କରି ଶ୍ମଶାନକୁ ଆଣିବା ପାଇଁ ସେହିପରି ଭାବେ ପରିବାର ସମେତ ଗ୍ରାମବାସୀ 4 ଗୋଟି ବଡ ହାଣ୍ଡିରେ କିଛି ବାଉଁଶ ବାନ୍ଧି ତା ଉପରେ ଶବକୁ ରଖି ଠେଲି ଠେଲି ନଦୀ ପାର କରି ଶ୍ମଶାନକୁ ଆଣି ଶବ ଦାହ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । 

ମାରିୱାଡା ଗ୍ରାମ ପଞ୍ଚାୟତ ସଦର ଠାରୁ  କିରତଙ୍ଗଗୁଡା ଗ୍ରାମକୁ ନଦୀ ପାର ହୋଇ ଗଲେ 3 ରୁ 4 କିମି ଥିବାବେଳେ  ରାଖାଲଗୁଡା ଓ ଏମ୍ଭି-୨୬ ମଧ୍ୟରେ ସେହି ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହୋଇଛି । ହେଲେ କିରତଙ୍ଗଗୁଡା ଠାରୁ ସେହି ବ୍ରିଜ ଦେଇ ପଞ୍ଚାୟତ ଷଡରକୁ ଆସିବାକୁ ପ୍ରାୟ ୧୦କିମି ବୁଲିବାକୁ ପଡୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...