Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନ୍ୟାୟ ଦାବିରେ ମୃତଦେହକୁ କାନ୍ଧରେ ବୋହିନେଲେ ପରିବାର ଲୋକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନ୍ୟାୟ ଦାବିରେ ମୃତଦେହକୁ କାନ୍ଧରେ ବୋହିନେଲେ ପରିବାର ଲୋକ

ଅର୍ଗସ ବ୍ୟୁରୋ: ନ୍ୟାୟ ଦାବିରେ ମୃତଦେହକୁ କାନ୍ଧରେ ବୋହିନେଲେ ପରିବାର । ହସ୍ପିଟାଲରେ ଶବବ୍ୟବଚ୍ଛେଦ ପରେ ମୃତଦେହକୁ ଆଣିବାକୁ ପୋଲିସ ମନା କରିଥିଲା । ପୋଲିସ ଅବହେଳାକୁ ବିରୋଧ କରି ଥାନାରେ ଉତ୍ତେଜନା । ବାଧ୍ୟହୋଇ ମୃତଦେହକୁ କାନ୍ଧେଇନେଲେ ପରିବାର ଲୋକେ । ବାରିପଦା ସହରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତ 6ତାରିଖରେ ବାରିପଦା ସଦର ଥାନା ଦାମଦୋରପୁର ଅଞ୍ଚଳର ପ୍ରକାଶ ବିନ୍ଧାଣିଙ୍କ ମୃତଦେହ  ସନ୍ଦେହଜନକ ଭାବେ ପ୍ରେମିକାଙ୍କ ଘରୁ ଉଦ୍ଧାର କରାଯାଇଥିଲା ।

ହତ୍ୟା ଅଭିଯୋଗ ଆଣି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି କାମ ସାରିଦେଇଥିଲା ପୋଲିସ । ନା ମୃତଦେହ ଆଣିଥିଲା ନା ଘଟଣାର ତଦନ୍ତ କରିଥିଲା । ତେଣୁ ବାଧ୍ୟ ହୋଇ ମୃତଦେହକୁ କାନ୍ଧେଇ ଆଣିଥିଲେ ପରିବାର ଲୋକେ । ସେପଟେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବାରିପଦା ସହରର ପାଲବଣି ଗୋଲେଇ ଛକ ନିକଟରୁ ପୋଲିସ ଜୋର ଜବରଦସ୍ତ ମୃତଦେହ ପରିବାର ଲୋକଙ୍କ ଠାରୁ ଛଡ଼ାଇନେଇ ନିଜ ଗାଡ଼ିରେ ନେଇଯାଇଥିବା ଅଭିଯୋଗ ହୋଇଛି।

ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରିବା ସହ ନ୍ୟାୟ ଦାବିରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ସଦର ଥାନାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। ସେପଟେ ବାରିପଦା ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ  ଅପମୃତ୍ୟୁ ଓ ହତ୍ୟା  ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Family members carry the body on their shoulders demanding justice | Argus News