Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପତର ପେଣ୍ତି ସରିଲା

Smruti Parija
Browse all articles by Smruti Parija
·2 years ago·1 min read
ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପତର ପେଣ୍ତି ସରିଲା

ସମ୍ବଲପୁର:  ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପତର ପେଣ୍ତି ସରିଲା । ରଙ୍ଗୀନ ଲାଇଟରେ ଚିକମିକ ରୋଷଣୀ ସହ, ବାଜା, ମେଲୋଡି ଦୁଲଦୁଲି ନେଇ ବିରାଟ ଶୋଭାଯାତ୍ରାରେ ଷଷ୍ଠୀ କମିଟି ମାନେ ପତର ପେଣ୍ତି ପାଇ ବାହାରିଥିଲେ । ବର ପିତା ଓ ସପ୍ତଋଷି ଗଣ ପଟୁଆର ନେଇ ଦେବଦେବ ମହାଦେବ ଙ୍କ ପାଇ କନ୍ୟା ଖୋଜିବା ପାଇ ବାହାରିଥିଲେ । କନ୍ୟା ଘରେ ପହଚିବା ପରେ ଉଭୟ ବର ଓ କନ୍ୟା ପକ୍ଷ ମାତା ପାର୍ବତୀଙ୍କ ଗୁଣ ବାବଦରେ ଜାଣିବା ପରେ କଥୋପ କଥନ ପରେ ଦେବଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତାବ ସ୍ଥିର ହୋଇଥିଲା । 

ବିବାହ ପ୍ରସ୍ତାବ ସ୍ଥିର ହେବା ପରେ ବର ପକ୍ଷରୁ କଂସା ଥାଲରେ ଶାଳପତ୍ର ବିଡା, ଗୁଆ, ନଢିଆ, ଫୁଲ, ବେଲପତ୍ର କନ୍ୟା ପିତାକୁ ପ୍ରଦାନ କରି ନିର୍ବନ୍ଧ କାର୍ଯ୍ୟମଧ୍ୟ ସମ୍ପୂର୍ଣ୍ଣ କରିଥିଲେ । ଝାଡୁଆପଡାର ଲୋକନାଥ ବାବାଙ୍କ କନ୍ୟାପିତାମାତା କଂସାରୀପଡାର ତଥା କ୍ରିକେଟର ଦେବାଷିଶ ମହାନ୍ତି ଓ ପତ୍ନୀ ରିତିମୁକ୍ତା ଦାସ, ମୁଦୀପଡା ଜାଗେଶ୍ବର ବାବାଙ୍କ କନ୍ୟାପିତାମାତା ଡାକ୍ତର ସୁଧାଂଶୁ ପଣ୍ତା ଓ ଡାକ୍ତର ସଂଯୁକ୍ତା ପଣ୍ତା, ବଡବଜାର ଶୀତଲେଶ୍ଵର ବାବାଙ୍କ ଗିଂଙ୍ଗିରାପଡାର କନ୍ୟାପିତା ମାତା ରାଜା ବେହେରା ଓ ପିଷ୍ପାଞ୍ଜଳି ବେହେରା ଅଟନ୍ତି । 

ଦେବଦେବ ମହାଦେବ ଓ ମାତା ପାର୍ବତୀ ବିବାହ ପାଇ ନିବନ୍ଧ ସରିଥିବାବେଳେ ଆଜି ଗୁଆଗୁଣ୍ତା ବା ହନୁମାନ ନିୟୁତା କାର୍ଯ୍ୟକ୍ରମ ରହିଛି । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଦେବତାମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଯିବେ ହନୁମାନ ଭଗବାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
famous-sitalasasthi-jatra-update | Argus News