Videos
|
Odisha

ଟୋପେ ପାଣି ପାଇଁ ଡହଳବିକଳ ଫାନିଆ ପଞ୍ଚାୟତବାସୀ

Ritu Das
Browse all articles by Ritu Das
·2 years ago·2 min read
ଟୋପେ ପାଣି ପାଇଁ ଡହଳବିକଳ ଫାନିଆ ପଞ୍ଚାୟତବାସୀ

ଅର୍ଗସ ବ୍ୟୁରୋ: ମିଛ ପ୍ରତିଶ୍ରୁତିର ପାହାଡ ଗଦାରେ ବିଜେଡ଼ି ସରକାର। ଲୋକକୁ ଦେଇଚାଲିଛନ୍ତି ମିଛ ପ୍ରତିଶ୍ରୁତି ଓ ଲୋକଦେଖାଣିଆ ମାଳ ମାଳ ଯୋଜନା। ଖରା ଗଲା, ବର୍ଷା ଗଲା, ଶୀତ ଗଲା ପୁଣି ଖରା ଆସିଲା କିନ୍ତୁ ଲୋକେ ଶୋଷ ମେଣ୍ଟାଇ ପାରିଲେନି। କେମିତି ଶୋଷ ମେଣ୍ଟିବ ଦେଖନ୍ତୁ ଏ ପାଣିଟାଙ୍କିକୁ ବର୍ଷ ବର୍ଷ ହେବ ଏପରି ଛିଡା ହୋଇଛି। ଗୋଟିଏ କି ଦୁଇଟି ଗାଁରେ ନୁହଁ ପଞ୍ଚାୟତ ସାରା ଏପରି ପାଣିଟାଙ୍କି ଛିଡା ହୋଇଛି ଲୋକଦେଖାଣିଆ । 

ଏ ଚିତ୍ର ହେଉଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଫାନିଆ ପଞ୍ଚାୟତର। ବସୁଧା ଡିଣ୍ଡିମ ଫେଲ। ପ୍ରଚାର ପ୍ରସାରରେ ସୀମିତ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଟୋପେ ପାଣିପାଇଁ ଡହଳ ବିକଳ ପଞ୍ଚାୟତ ବାସୀ। ବସୁଧା ଯୋଜନାରୁ କୋଷ ଦୂରରେ ଫାନିଆ ପଞ୍ଚାୟତ ବାସୀ।
ବସୁଧା ଯୋଜନାରେ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଦେବେ ବୋଲି ସରକାର କହୁଛନ୍ତି। କିନ୍ତୁ ପ୍ରଚାର ପ୍ରସାର ସବୁ କାଗଜ କଲମରେ ସିମୀତ ଯାହା ଏ ଚିତ୍ର ବୟାନ କରୁଛି ଦେଖନ୍ତୁ ପିକରି ଗାଁ କୁ ଗାଁ, ଘରକୁ ଘର ପାଇପ୍ ବିଛାହୋଇଛି ଲୋକ ଦେଖାଣିଆ। ବର୍ଷ ବର୍ଷ ଧରି ଲୋକେ ଚାତକ ପରି ଚାହିଁ ବସିଛନ୍ତି କେବେ ପାଇପରେ ପାଣିଆସିବ ।  ମୁଣ୍ଢାକଟା ଓ ସାଲସାହି ଗ୍ରାମରେ ଛିଡା ହୋଇଥିବା ପାଣିଟାଙ୍କି ଦେଖନ୍ତୁ । ଗ୍ରାମବାସୀଙ୍କ ବହୁ ଅଭିଯୋଗ ପରେ ପାଣିଟାଙ୍କି କାର୍ଯ୍ୟ ଆରମ୍ଭ ହୋଇଥିଲା, ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ବିତିଗଲା ସେହିପରି ପାଣିଟାଙ୍କି ଛିଡା ହୋଇଛି।

ଖରା ଦିନ ଆସିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ବଡଢେଙ୍କିଆ, ତେଣ୍ଟପୋଷି, ଜମ୍ଭିରାପାଳ, ଡୁମୁରୁଡ଼ିହା , ବଣଗାଁ, କୁଣ୍ଡିଆଶୋଲ, ଚକଚକିଆ, ମଣ୍ଡା, ଗଣ୍ଡାଖାଲ ଆଦି ଗ୍ରାମରେ ପାଣି ଟାଙ୍କି ଛିଡାହୋଇଛି। ନିର୍ବାଚନ ପାଖେଇ ଆସିବାରୁ ଭୋଟ ହାତେଇବାକୁ  ବିଜେଡି ସରକାରର ବଡ଼ ଚାଲ। ତେବେ ଗ୍ରାମାଞ୍ଚଳରେ ବସୁଧା ଯୋଜନା ସମ୍ପୁର୍ଣ୍ଣ ଫେଲ ମାରିଛି କହିଲେ ବି କିଛି ଭୂଲ ହେବନି।
କେବେ ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ପାଖରେ ସରକାର ଶୁଦ୍ଧ ପାନୀୟଜଳ ଯୋଗାଇ ଦେବ ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Fania panchayat | Argus News