Wedding News / ମଥାରେ ସିନ୍ଦୂର ପିନ୍ଧି ଓଡ଼ିଆ ଘର ବୋହୂ ପାଲଟି ଗଲେ ଫରୀନ ବାନୋ

Key Points
ମଥାରେ ସିନ୍ଦୂର ପିନ୍ଧି ଓଡ଼ିଆ ଘର ବୋହୂ ପାଲଟି ଗଲେ
ପ୍ରେମ ପାଇଁ ଭୁଲିଗଲେ ଜାତି ଧର୍ମ
ବୁର୍ଖା ନୁହେଁ ଏବେ ମଥାରେ ଓଢ଼ଣା ଦେଇ ଶାଶୁ ଘରକୁ ଯାଇଛନ୍ତି ମୁସଲିମ ଧର୍ମର ଝିଅ । ସବୁ ଘାତ ପ୍ରତିଘାତକୁ ଏଢ଼ାଇ ଦେଇ ଓଡ଼ିଆ ଘର ବୋହୁ ପାଲଟି ଯାଇଛନ୍ତି । ମୁସଲିମ ଧର୍ମକୁ ପରିତ୍ୟାଗ କରି ହିନ୍ଦୁ ଧର୍ମରେ ବାନ୍ଧି ହୋଇଛନ୍ତି । କେବଳ ପ୍ରେମ କରାଇଛି ଅସମ୍ଭବକୁ ସମ୍ଭବ । ପ୍ରେମ ପାଇଁ ଯୁବତୀ ଜଣକ ସବୁ ଛାଡ଼ି ଚାଲି ଆସିଛନ୍ତି । ପ୍ରେମ ଆଉ କଣକି । ଏ ଲଭ ଜିହାଦ ନୁହେଁ । ଏ ହେଉଛି ପ୍ରକୃତ ପ୍ରମେ। ମନ ପ୍ରାଣ ଦେଇ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଆଉ ଆଜି ହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି ମୁସଲିମ ଯୁବତୀ । ଉଭୟ ହେଉଛନ୍ତି ହିନ୍ଦୁ ଯୁବକ ବଦ୍ରୀ ନାରାୟଣ ଦାସ ଏବଂ ମୁସଲିମ ଯୁବତି ହେଉଛନ୍ତି ଫରୀନ ବାନୋ ।
ଯେଉଁ ମୁଣ୍ଡ ଉପରେ ଦିନେ ବୁର୍ଖା ଥିଲା । ସେହି ମୁଣ୍ଡ ଉପରେ ରହିଛି ଓଢ଼ଣା। ମଥାରେ ଲାଗିଛି ଅତୁଟ ସମ୍ପର୍କର ସିନ୍ଦୁର । ଗଳାରେ ପଡ଼ିଛି ୭ ଜନ୍ମ ପାଇଁ ପ୍ରତିଶ୍ରୁତିର ମଙ୍ଗଳ ସୂତ୍ର । କୁବୁଲ ହେ ଜାଗାରେ ପ୍ରତିଧ୍ଵନିତ ହେଉଛି ରାବଣସ୍ୟ ମନ୍ଦୋଦରି ରାମସ୍ୟ ସୀତା । ପ୍ରେମ ସପ୍ତାହରେ ପାଲଟିଛନ୍ତି ଉଦାହରଣ । ସୂଚନା ମୁତାବକ ସବୁବେଳେ ଲବ ଯିହାଦ୍ କଥା ଚର୍ଚାର କେନ୍ଦ୍ର ବିନ୍ଦୁ ପାଳଟିଥିବା ବେଳେ, ଏବେ କିନ୍ତୁ ଜଣେ ମୁସଲମାନ ଯୁବତୀ ନିଜ ପ୍ରେମକୁ ପାଇବା ପାଇଁ ହିନ୍ଦୁ ଧର୍ମକୁ ଆପଣେଇଛନ୍ତି ।
ପଢ଼ନ୍ତୁ ଏହି ଖବର: ହାତୀ ମଣିଷ ଲଢ଼େଇ, ମନ୍ତ୍ରୀ କହିଲେ ହାତୀ ପାଖକୁ ଯାଅନି କି ସେଲ୍ଫି ନିଅନି
ମୁସଲିମ ହୋଇ ମଧ୍ୟ ଜଣେ ହିନ୍ଦୁ ଯୁବକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ଏଥିପାଇଁ ସାହାସ ଦରକାର । ଆଉ ସେହି ସାହାସ ମିଳିଛି ପ୍ରମେରୁ । ହାତରେ ଶଙ୍ଖା ମଥାରେ ସିନ୍ଦୁର ନାଇଛନ୍ତି । ଘଟଣାଟି ଘଟିଛି ଭୁବନେଶ୍ବର ଭିମଟାଙ୍ଗି ଅଞ୍ଚଳରେ । ବୈଦିକ ରୀତି ନୀତିରେ ବାହାଘର ହୋଇଛି । ହିନ୍ଦୁ ଯୁବକ ବଦ୍ରୀ ନାରାୟଣ ଦାସଙ୍କୁ ବୈଦିକ ରିତୀନିତୀରେ ବିବାହ କରିଛନ୍ତି ଫରୀନ ବାନୋ । ବାହାଘର ପରେ ଜୟଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ବିବାହ ସ୍ଥଳ ।
📱 Get Argus News App
✨Related Topics
Explore more stories