Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମକା ମଣ୍ଡି ନାହିଁ ଲୁଟର ଶିକାର ହେଉଛନ୍ତି ନିରୀହ ଚାଷି

Rashmita Mishra
Browse all articles by Rashmita Mishra
·1 year ago·2 min read
ମକା ମଣ୍ଡି ନାହିଁ ଲୁଟର ଶିକାର ହେଉଛନ୍ତି ନିରୀହ ଚାଷି

ଅର୍ଗସ ବ୍ୟୁରୋ: କ୍ଷେତରେ ହସିଲା ମକା । ସୁନାର ଫସଲ ଦେଖି ଭଲ ଦିପଇସା ରୋଜଗାର ହେବ ବୋଲି ଆଶା ରଖିଥିଲେ ଚାଷୀ। ହେଲେ ମକା ଅମଳକୁ ଦୁଇ ମାସ ବିତିଯାଇଛି । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଅମଳ ମକା ବିକ୍ରି ହେଇ ପାରୁନାହିଁ । ଫଳରେ କଷ୍ଟ ଉପାର୍ଜିତ ଫସଲ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ବାଡ଼ିରେ ସଢୁଛି ବର୍ଷକର ପରିଶ୍ରମ । ମଣ୍ଡି ନାହିଁ, ଅଭାବି ବିକ୍ରି ଶିକାର ମକା ଚାଷୀ । ସାଗ ମାଛ ଦରରେ ଦଲାଲଙ୍କୁ ଦେଉଛନ୍ତି ଫସଲ । 

ଧାନ ପରେ ଅର୍ଥକାରୀ ଫସଲ ଭାବେ ମକାର ବେଶ ଚାହିଦା ରହିଥିବା ବେଳେ  ଆର୍ଥିକ ଉନ୍ନତି ପାଇଁ ଏହି ଚାଷ କରିଥାନ୍ତି ଚାଷୀ । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଦଲାଲ ଶୋଷଣର ଶିକାର ହେଉଛନ୍ତି ମକା ଚାଷୀ । କମ ଦରରେ ବିକି ଚାଷୀ କ୍ଷତି ସହୁଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳର ମକାଚାଷୀ ଏଭଳି ଅଭିଯୋଗ ଆଣିଛନ୍ତି । ଚନ୍ଦାହାଣ୍ଡିରେ ମକାମଣ୍ଡି ପାଇଁ ଚାଷୀମାନେ ବିଭିନ୍ନ ସମୟରେ ଦାବି କରିଛନ୍ତି, କିନ୍ତୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନରୁ  ସ୍ଥାନୀୟ ଚାଷୀମାନେ ଚନ୍ଦାହାଣ୍ଡି ଠାରେ ଏକ ମକା ମଣ୍ଡି ର ବ୍ୟବସ୍ଥା କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇ ପାରୁନି।

ଦୀର୍ଘ 24ବର୍ଷର ସ୍ଥିର ସରକାରରେ ଚାଷୀଙ୍କ ସ୍ବାର୍ଥ ପାଇଁ ମକା ମଣ୍ଡିଟେ କରିପାରିଲେ ନାହିଁ ।  ତତ୍କାଳୀନ ବିଜେଡି ସରକାର ଚନ୍ଦାହାଣ୍ଡି ଠାରେ ଏକ ମକା ମଣ୍ଡିର ବ୍ୟବସ୍ଥା ପାଇଁ ଘୋଷଣା କରିଥିଲେ କିନ୍ତୁ ବର୍ଷ ପରେ ବର୍ଷ ବିତିଲା ଆଜି ଯାଏଁ ହୋଇ ପାରିଲାନି ମଣ୍ଡି । ଫଳରେ କି ଚାଷୀମାନେ ଦଲାଲ ଲୁଟେରାଙ୍କ ହାବୁଡ଼ରେ ପଡି ଲୁଟର ଶିକାର ହେଉଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମକା ବିକ୍ରି ପାଇଁ ମଣ୍ଡି ନାହିଁ । ଯାହାର ଫାଇଦା ଉଠାଇ ଦଲାଲ୍ ସକ୍ରିୟ ହୋଇଛନ୍ତି । କ୍ବିଣ୍ଟାଲ ପ୍ରତି ୨ହଜାରରୁ ୨୨ଶହ ଟଙ୍କା ମୁଲଚାଲ୍‌ କରୁଛନ୍ତି ।  ସରକାରୀ ସ୍ତରରେ ମଣ୍ଡି ବ୍ୟବସ୍ଥା ହେଲେ ଚାଷୀଙ୍କ ଆର୍ଥିକ ଉନ୍ନତି ହେବା ସହ ମକାଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢ଼ନ୍ତା । ବର୍ତ୍ତମାନ ନୂଆଁ ସରକାର ଆସିଛି ଲୋକଙ୍କ ଭରଷା ଅଛି ନୂଆଁ ସରକାର  ମକାମଣ୍ଡିର ବ୍ୟବସ୍ଥା କରିବେ ଏବଂ ଚାଷି ଉଚିତ୍ ମୂଲ୍ୟରେ ନିଜର ପରିଶ୍ରମ ର ପ୍ରାପ୍ୟ ପାଇପାରିବେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored
Farmer Behal, broker goods | Argus News