ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା
·2 years ago

ଅର୍ଗସ ବ୍ୟୁରୋ: ପୁଣି ବଲାଙ୍ଗିର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଟିଟିଲାଗଡ଼ ଥାନା ବିନେକେଳା ଗାଁର ଚାଷୀ ଚମରୁ ବାଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚାଷୀ ଜଣଙ୍କ ଟଙ୍କା ଋଣ ସହ ଧାର ଉଧାର ମଧ୍ୟ କରିଥିଲେ। ନିଜ ଭାଇ ଭାଗ ଜମି ମଧ୍ୟ ବିକ୍ରି କରିଦେଇଛନ୍ତି। ଏହାକୁ ନେଇ ପରିବାରରେ ଝଗଡା ଓ କଳହ ଲାଗି ରହୁଥିଲା।
ଗତକାଲି ଏନେଇ ପରିବାରରେ ଅଶାନ୍ତି ବଢିଥିଲା ବୋଲି ସନ୍ଦେହ କରାଯାଉଛି। ଏହାକୁ ସହି ନ ପାରି ସେ ବିଷପାନ କରିଥିବା ଅଭିଯୋଗ ହୋଇଛି। ସଙ୍ଗେ ସଙ୍ଗେ ପରିବାର ଲୋକ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: