Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଦ୍ୟୁତ କରେଣ୍ଟରେ ଚାଷୀ ମୃତ

Odisha

ବିଦ୍ୟୁତ କରେଣ୍ଟରେ ଚାଷୀ ମୃତ

Ritu Das
Browse all articles by Ritu Das
·2 years ago
ବିଦ୍ୟୁତ କରେଣ୍ଟରେ ଚାଷୀ ମୃତ

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମରେ ଜଣେ ଚାଷୀ ବିଦ୍ୟୁତ କରେଣ୍ଟରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଯେ, ଚାଷୀ ରଣଜିତ ସାହୁ ଚିନାବାଦାମକୁ ପାଣି ବଳେଇବାକୁ ଯାଇଥିଲେ। ଜଳନିଧି ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ପାଣିପମ୍ପର ଷ୍ଟାର୍ଟର ସୁଇଚ ଦେବା ବେଳେ ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।  

ପରିବାର ଲୋକେ ତାଙ୍କୁ ଖାଇବାକୁ ଦେବାକୁ ଯାଇଥିବାବେଳେ ଦେଖିଲେ ଯେ, ରଣଜିତ ପାଣି ପମ୍ପ ସୁଇଚ ଷ୍ଟାର୍ଟର ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅପମୃତ୍ୟୁ ମାମଲାରେ ପୋଲିସ କେସ କରି ତଦନ୍ତ ଚଳାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Farmer dies | Argus News