Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣାରେ ସ୍ଥାନୀୟ ଚାଷୀ

Smruti Parija
Browse all articles by Smruti Parija
·1 year ago·1 min read
ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣାରେ ସ୍ଥାନୀୟ ଚାଷୀ

ଯାଜପୁର: ମୃତବ୍ୟକ୍ତିଙ୍କ ନାମରେ ଉଠା ଯାଇଛି କୃଷି ଋଣ । ମୃତ୍ୟୁର 108 ଦିନ ପରେ ସମ୍ପୃକ୍ତ ମୃତକଙ୍କ ନାମରେ ଉଠାଯାଇଛି କୃଷି ଋଣ । ଯାହାକୁ ବିରୋଧ କରି ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଛନ୍ତି ବୋର୍ଡ ସଦସ୍ୟ ଓ ସ୍ଥାନୀୟ ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପ୍ରାଥମିକ କୃଷି ସମବାୟ ସମିତିରେ ।  

ଅଭିଯୋଗ ମୁତାବକ ବଡକୁଆଁଲ ଗ୍ରାମର ପଞ୍ଚାନନ ମଲ୍ଲିକ ନାମକ ଜଣେ ଚାଷୀଙ୍କର 12 ଜୁନ 2023 ମସିହାରେ ମୃତ୍ୟୁ ଘଟିଥିଲା ।  27 ସେପ୍ଟେମ୍ବର 2023 ମସିହାରେ ତାଙ୍କ ନାମରେ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ ତାଙ୍କର ଜାଲ ଦସ୍ତଖତ କରି ଚେକ ମଧ୍ୟ୍ୟମରେ 11500 ଟଙ୍କା ଋଣ ଉଠା ଯାଇଥିଲା । ଯାହା ବିଷୟରେ ପଞ୍ଚାନନ ମଲ୍ଲିକଙ୍କ ପରିବାର ପାଖରେ ଏହାର କୌଣସି ଖବର ନାହିଁ । କେବଳ ପଞ୍ଚାନନ ମଲ୍ଲିକ ନୁହଁନ୍ତି ଏମିତି ଅନେକ ଚାଷୀଙ୍କ ନାମରେ ଋଣ ଉଠାଇଛନ୍ତି ସମବାୟ ସମିତିର ସଭାପତି ଓ ସମ୍ପାଦକ । 

ଏହା ଛଡା ଚାଷୀମାନଙ୍କ ଠାରୁ ଋଣ କରାଇ ଦେବାପାଇଁ ନେଉଛନ୍ତି ମୋଟା ଅଙ୍କର ଅର୍ଥ । ତେଣୁ ଏହାର ସଠିକ ତଦନ୍ତ କରାଯାଇ ଦୁର୍ନୀତି କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋର୍ଡ ସଦସ୍ୟ ଓ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
farmer-protest-in-binjharpur-jajpur | Argus News