|
logo
Live

Argus News - ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଜଳସେଚନ ଧୋକା

Odisha

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଜଳସେଚନ ଧୋକା

Smruti Parija
Browse all articles by Smruti Parija
·2 years ago·1 min read
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଜଳସେଚନ ଧୋକା

ଖୋର୍ଦ୍ଧା: ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଜଳସେଚନ ଧୋକା । ଖୋର୍ଦ୍ଧା ଜିଲ୍ଲା ମଲାଗୁଣୀ ନଦୀ ରାମେଶ୍ବରଠାରେ ଫନି ବାତ୍ୟାରେ ବ୍ୟାରେଜ ଗେଟ୍ ଭାଙ୍ଗି ଯାଇଛି । ଆଜି ଯାଏଁ ମରାମତି ହେଉନଥିବାରୁ କେନାଲରେ ପାଣି ଆସୁନି । ଫଳରେ ନିରାକାରପୁର ଅଞ୍ଚଳରେ ଚାଷ କାମ କେମିତି ହେବ । ତାକୁ ନେଇ ଚିନ୍ତାରେ ଶହ ଶହ ଚାଷୀ । ପ୍ରଶାସନକୁ ସମସ୍ୟା ସଂପର୍କରେ ଶୁଣାଇଲେ ସୁଦ୍ଧା କୌଣସି ସୁଫଳ ନାହିଁ । ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ନୂଆ ଜଗନ୍ନାଥ ସଡ଼କ ରାଜସ୍ବ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ରାସ୍ତା ଅବରୋଧ କରି ଧାରଣାରେ ବସି ରହିଛନ୍ତି ।

କେନାଲରେ ପାଣି ଆସୁନାହିଁ, କେନାଲରେ ପାଣି ଗଲେ ୬/୭ ଖଣ୍ଡ ଗ୍ରାମପଞ୍ଚାୟତର ଚାଷୀମାନେ ଉପକୃତ ହୁଅନ୍ତେ । ହେଲେ ଚଳିତବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡି ସମସ୍ୟା ଉପୁଜୁଛି । ଚିନ୍ତାରେ ଚାଷୀ ପାଣି ପାଇଁ ସ୍ଥାନୀୟ ନିରାକାରପୁର ଅଂଚଳର ଚାଷୀ କେନାଲ ପାଣି ପାଇଁ ବାରମ୍ବାର ଜିଲ୍ଲାପ୍ରଶାସନ ନିକଟରେ ଗୁହାରି କରିଥିବାବେଳେ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ  ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ନୂଆ ଜଗନ୍ନାଥ ସଡକ ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ରାସ୍ତା ଅବରୋଧ କରି ଧାରଣାରେ ବସି ରହିଛନ୍ତି । ଦୀର୍ଘ ୨୩ ବର୍ଷ ଧରି ନବୀନ ସରକାର ଚାଷୀଙ୍କ ପାଇଁ ଜଳସେଚନ, ଶୀତଳଭଣ୍ଡାର ଇତ୍ୟାଦିର କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଜଳସେଚନ ଧୋକା | Argus News