Videos
|
Odisha

ହାତୀ ପାଇଁ ଚାଷୀ ଉଜାଗର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହାତୀ ପାଇଁ ଚାଷୀ ଉଜାଗର

ଅର୍ଗସ ବ୍ୟୁରୋ:  ଧାନ କ୍ଷେତରେ ପଶୁଛନ୍ତି ବଣୁଆ ହାତୀ ପଲ, ଯେତିକି ଖାଉଛନ୍ତି ତା’ଠୁ ଅଧିକ ଦଳି ଚକଟି ନଷ୍ଟ କରୁଛନ୍ତି । ହାତୀ ରୋକିବା ପାଇଁ ବନ ବିଭାଗ କିଛି ପଦକ୍ଷେପ ନେଉ ନଥିବା ବେଳେ ନିଜ ଫସଲ ସୁରକ୍ଷାରେ ନିଜେ ବାହାରିଛନ୍ତି ଚାଷୀ। ଅନ୍ଧାର ରାତିରେ ବିଲ ଭିତରେ ଜଳୁଛି ଆଲୁଅ, ସମସ୍ତେ ହାତରେ ଟର୍ଚ୍ଚ ଧରି ଦୌଡୁଛନ୍ତି ବିଲ ଭିତରେ। କାହିଁକି ନା ଏକ ସଙ୍ଗେ ସମସ୍ତେ ନ ଗଲେ ହାତୀ ଆସି କିଛି ସମୟ ମଧ୍ୟରେ ମାଟିରେ ମିଶାଇ ଦେବ ବର୍ଷକର ପରିଶ୍ରମକୁ। ମଣିଷ ହାତୀର ଏଭଳି ଲଢେଇ ଦେଖିବାକୁ ମିଳିଛି ମୟୁରଭଞ୍ଚ ପୋଡାଡିହା ରେଞ୍ଜର ନଛିପୁର ଗାଁରେ।

ଶିମିଳିପାଳ ପାଦ ଦେଶରେ ରହିଛି ନଛିପୁର । ଗ୍ରାମବାସିଙ୍କ ପାଇଁ ଏବେ ହାତୀ ମୁହଁରୁ ନିଜ ଫସଲ ବଞ୍ଚାଇବା ଚ୍ୟାଲେଞ୍ଜ ହୋଇଯାଇଛି।  ଏକର ଏକର ଫସଲ ହାତୀଙ୍କ ପାଦ ତଳେ ପଡି ନଷ୍ଟ ହୋଇ ଯାଉଛି । ଏଣୁ ସନ୍ଧ୍ୟା ହେଲେ ଘରୁ ହାତରେ ଟର୍ଚ୍ଚ, ରାତି ପାଇଁ ଖାଦ୍ୟ, ଚାଦର ଧରି କି ପୁରା ପରିବାର ପହଞ୍ଚିଯାଉଛନ୍ତି ନିଜ ଚାଷ ଜମି ନିକଟରେ। ସଧ୍ୟା ହେବାକ୍ଷଣି ରାତି ରହଣି ସ୍ଥଳରେ ଲଗା ଯାଉଛି ନିଆଁ। ସନ୍ଧ୍ୟାରୁ ରାତି ତମାମ ଏହି ନିଆଁ ଜଳିବ। ଏହା ପରେ ଚାଷୀ ଉଠି ଯାଉଛନ୍ତି ଗଛ ଉପରେ ତିଆରି କରିଥିବା ମଞ୍ଚା ଉପରକୁ। ଜଙ୍ଗଲରୁ ହାତୀପଲ ଧାନ ଖାଇବାକୁ ଆସିଲେ ମଞ୍ଚାରେ ଥିବା ଚାଷୀ ମାନେ ଟିଣ ବାଡେଇବା ସହ ହାତୀ ମୁହଁକୁ ଟର୍ଚ୍ଚ ଲାଇଟ ପକାଇଥାନ୍ତି । ଫଳରେ ହାତୀପଲ ପୁଣି ଜଙ୍ଗଲକୁ ଫେରି ଯାଆନ୍ତି ।

ନିଜ ଫସଲର ସୁରକ୍ଷା ପାଇଁ ବର୍ଷର ୪ ମାସ ମଞ୍ଚା ରେ ରହିବାକୁ ପଡେ।  ଦିନରେ ପେଟ ପୋଷିବା ପାଇଁ ସଂଘର୍ଷ ଆଉ ରାତି ହେଲେ ଫସଲ ବଞ୍ଚାଇବାକୁ ଆଖିର ନିଦ ହଜାଇବାକୁ ପଡୁଛି। ହେଲେ ବନ ବିଭାଗ ଏହି ଗ୍ରାମବାସୀଙ୍କ ଚାଷ ବଞ୍ଚାଇବା ପାଇଁ ହାତୀ ଘଉଡ଼ାଇବାକୁ ବନ ବିଭାଗ ସହଯୋଗ କରୁ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ। ଦିନରେ ନିଜ ପେଟପାଟଣା ପାଇଁ ସଂଘର୍ଷ, ଆଉ ରାତିରେ ହେଲେ ନିଜ କଷ୍ଟ ଉପାର୍ଜିତ ଫସଲ କୁ ରକ୍ଷା ପାଇଁ ହାତୀଙ୍କ ସହିତ ଛକାପଞ୍ଝା। ନଛିପୁରବାସୀ ଏହାକୁ ଗଜରାଜଙ୍କ କୋପ କହିବେ ନା ବନବିଭାଗର ସ୍ଥାଣୁତା ତାକୁ ନେି ଦ୍ବନ୍ଦରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Farmers are Insomnia to elephants | Argus News