Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବ ବିଜେଡି ସରକାରର ଅପାରଗାତର ପରିଣାମ ଭୋଗୁଛନ୍ତି ଚାଷୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୂର୍ବ ବିଜେଡି ସରକାରର ଅପାରଗାତର ପରିଣାମ ଭୋଗୁଛନ୍ତି ଚାଷୀ

ଅର୍ଗସ ବ୍ୟୁରୋ:  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବ୍ଲକର ୩୪ଟି ପଞ୍ଚାୟତ ଥିବାବେଳେ, ଏଠାକାର ଲୋକଙ୍କ ଏକମାତ୍ର ରୋଜଗାର କହିଲେ ଚାଷ । ହେଲେ ସରକାରୀ କାଗଜପତ୍ରରେ ଉଠା ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଳମାଳ, ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଅଲଗା । ଚାଷୀ ମାନେ ଜଳସେଚନ ଅଭାବରୁ ଅନେକ ସମୟରେ ମରୁଡ଼ିରେ ଶିକାର ହେଉଛନ୍ତି । ପାଣି ଅଭାବରୁ ଚାଷଜମି ପଡ଼ିଆ ବି ପଡ଼ିଛି ।  ବ୍ଲକରେ ୨୦୨୩ ମସିହାରେ ୩୨.୪୫ ହେକ୍ଟର ଚାଷଜମି ଥିଲା । ବର୍ତ୍ତମାନ ୨୩.୯୨ ହେକ୍ଟର ଜମିରେ ଚାଷ ହୋଇଛି । ମୋଟ୍  ୧୨.୬୬ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ, ଜଳସେଚନ ଜମି ୧୫.୦୧୫ ହେକ୍ଟର ଓ ଅଣ ଜଳସେଚିତ ୮.୯୦୦ ହେକ୍ଟର ଚାଷ ହୋଇଥିବା ଜଣାପଡ଼ିଛି । ପାଣି ଅଭାବରୁ ଚାଷ ଜମି ଆଁ କରି ରହିଛି ।

ଗତ ୨୪ ବର୍ଷର ବିଜେଡି ସରକାର ଏଠାରେ ଗୋଟିଏ ବି ଜଳସେଚନ ପ୍ରକଳ୍ପ କଲେ ନାହିଁ । ଉଠାଜଳସେଚନ ପ୍ରକଳ୍ପ କେବଳ ନାମକୁ ମାତ୍ର ରହିଛି । କେଉଁଠି ପାଣି ବାହାରୁ ନାହିଁ ତ କେଉଁଠି ଭାଙ୍ଗି ଯାଇଛି । ବିଷେଶ ଭାବେ ବରପଦା, କୁଶିକିଳା, ବାଲିପଟ୍ଟା , ମାଛକୁଟା, ବସନ୍ତପୁରୁ  କୋରଡା, କମ୍ପସଲା  ଆଦି ପଞ୍ଚାୟତରେ ପାଣି ଅଭାବରୁ ଧାନ ଚାଷ ହୋଇ ପାରିନାହିଁ । ଆଉ ଯେଉଁ ପଞ୍ଚାୟତରେ ଚାଷ ହୋଇଛି ତାହା ପାଣି ଅଭାବରୁ ଧାନ ମରିବାକୁ ବସିଲାଣି । ବ୍ଲକରେ ଥିବା ୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମରାମତି ଅଭାବରୁ ଜଳସେଚନ ହୋଇପାରୁ ନାହିଁ । ସେପଟେ ଛେଣ୍ଡିପଦା ବିଧାୟକ କହିଛନ୍ତି, ରାଜ୍ୟର ବିଜେପି ସରକାର ସବୁବେଳେ ଚାଷୀଙ୍କ ହିତ ସାଧନରେ କାମ କରୁଛି । ଖୁବଶୀଘ୍ର ଜଳସେଚନର ସୁବିଧା କରାଯିବ ବୋଲି ସେ କହିଛନ୍ତି । ଭାଙ୍ଗି ଯାଇଥିବା ପ୍ରକଳ୍ପର ପୁନରୁଦ୍ଧାର ସହ ନୂଆ ପ୍ରକଳ୍ପର କରିବାକୁ ଚାଷୀ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farmers are suffering as a result of the previous BJD government's incompetence | Argus News