Videos
|
Odisha

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀଙ୍କ ଧାନ ଅମଳ ହୋଇପାରିନି

Ritu Das
Browse all articles by Ritu Das
·2 years ago·1 min read
ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀଙ୍କ ଧାନ ଅମଳ ହୋଇପାରିନି

ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲା  ଚନ୍ଦାହାଣ୍ଡି ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀଙ୍କ ଧାନ ଅମଳ ହୋଇନଥିବାରୁ ଧାନ ମଣ୍ଡିକୁ ବିରୋଧ କରି ଚିଲିଗାଁ ମଣ୍ଡିରେ ଧାନ କିଣାକୁ ବନ୍ଦ କରିଛନ୍ତି। ପାଟଖଲିଆ ଓ ଦଲବେଡା ପଞ୍ଚାୟତର ସମସ୍ତ ଚାଷୀ। ବର୍ଷା ଅଭାବ ଯୋଗୁଁ ଚାଷୀ ଧାନ ରୁଆ, ବେଉଷଣ, ବୁଣା ହୋଇନଥିବା ବେଳେ ଧାନ କେଉଁଠୁ ଅମଳ କରି ମଣ୍ଡିରେ ବିକ୍ରି କରିବୁ ବୋଲି ଚାଷୀମାନେ ମଣ୍ଡିକୁ ବିରୋଧ କରିଛନ୍ତି । ଲ୍ୟାମ୍ପ କର୍ମଚାରୀ ମଣ୍ଡି ଉଦଘାଟନ କରି ଦୀର୍ଘ ସମୟ ଅପେକ୍ଷା କରିଥିଲେ। 

କିନ୍ତୁ କୌଣସି ଚାଷୀ ମଣ୍ଡିକୁ ଧାନ ଆଣି ନ ଥିଲେ। ଚିଲିଗାଁ ମଣ୍ଡିକୁ ବନ୍ଦ କରିବା ପାଇଁ ଚାଷୀମାନେ ଲିଖିତ ଆକାରରେ ଚନ୍ଦାହାଣ୍ଡି ଲ୍ୟାମ୍ପ ପରିଚାଳନା ନିର୍ଦେଶକ ବାବୁଲା ସ୍ୱାଇଁକୁ ଏକ ଦାବିପତ୍ର ଦେଇଛନ୍ତି।  ଦୁଇ ପଞ୍ଚାୟତକୁ ମରୁଡି ଘୋଷଣା ପାଇଁ ଗତ ଦିନରେ ଜିଲ୍ଲା କୃଷି ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଚାଷୀମାନେ ଦାବିପତ୍ର ଦେଇଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମରୁଡି ଘୋଷଣା ନ କରିବା ପର୍ଯ୍ୟନ୍ତ ସରକାର ଓ ପ୍ରଶାସନିକ ଅଧିକାରୀଙ୍କୁ ବିରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farmers could | Argus News