Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗେଣ୍ଡୁଫୁଲ ଚାଷରୁ ଚାଷୀଙ୍କୁ ମୂଳଧନ ବି ମିଳୁନି

Odisha

ଗେଣ୍ଡୁଫୁଲ ଚାଷରୁ ଚାଷୀଙ୍କୁ ମୂଳଧନ ବି ମିଳୁନି

Ritu Das
Browse all articles by Ritu Das
·2 years ago·2 min read
ଗେଣ୍ଡୁଫୁଲ ଚାଷରୁ ଚାଷୀଙ୍କୁ ମୂଳଧନ ବି ମିଳୁନି

ଅର୍ଗସ ବ୍ୟୁରୋ: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଶାଗମାଛ ଦରରେ ବିକ୍ରି ହେଉଛି ଗେଣ୍ଡୁଫୁଲ । ଲାଭ ମିଳିବା ତ ଦୂରର କଥା ଗେଣ୍ଡୁଫୁଲ ଚାଷରୁ ଚାଷୀଙ୍କୁ ମୂଳଧନ ମିଳୁ ନ ଥିବା ଅଭିଯୋଗ ହୋଇଛି । ଶୀତଳ ଭଣ୍ଡାର ନଥିବାରୁ ଅମଳ ଫୁଲକୁ ସଂରକ୍ଷଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ସେପଟେ ରଣପୁର ଉଦ୍ୟାନ ବିଭାଗର ଉଦାସୀନତା ଚାଷୀଙ୍କ ସମସ୍ୟାକୁ ବଢାଇଦେଉଛି ।

କ୍ଷେତରେ ଏକର ଏକର ଗେଣ୍ଡୁ ଫୁଲର ସମ୍ଭାର । ଯିଏ ସେହି ବାଟ ଦେଇ ଯାଉଛି ଫୁଲ ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଫୁଲ କିଣିବାକୁ ଅଟକି ଯାଉଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁର ୨୦ଟି ପରିବାର ଗେଣ୍ଡୁଫୁଲ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଓଡିଶାରେ ଚାରା ମିଳୁ ନ ଥିବାରୁ ସେମାନେ କଲିକତାରୁ ଚାରା ଆଣି ରଣପୁରରେ ଚାଷ କରିବାକୁ ବାଧ୍ୟ ହେଉଛନ୍ତି । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୦ ବର୍ଷ ହେବ ଚାରା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗେଣ୍ଡୁଫୁଲ ଚାଷୀ । କେବଳ ଚାରା ସମସ୍ୟା ନୁହେଁ ସରକାରୀ ପ୍ରୋତ୍ସାହନ ଅଭାବରୁ ଗେଣ୍ଡୁଫୁଲ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ। 

ଅମଳ ହେଉଥିବା ଏକର ଏକର ଫସଲକୁ ଦୀର୍ଘ ଦିନ ଧରି ସୁରକ୍ଷା ଦେବା ଚାଷୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଶୀତଳ ଭଣ୍ଡାର ନ ଥିବାରୁ ବର୍ଷା ଓ କୁହୁଡି ଦାଉରୁ ଫୁଲକୁ ସୁରକ୍ଷା ଦେବା ଅସମ୍ଭବ ହୋଇ ପଡିଛି । ଧାର କରଜ କରି ଗେଣ୍ଡୁଫୁଲ ଚାଷ କରିଥିବା ଚାଷୀକୁ ବିଭିନ୍ନ ସମୟରେ କ୍ଷତି ସହିବାକୁ ପଡୁଛି। ଫୁଲ ଚାଷରୁ ଲାଭ ମିଳିବା ତ ଦୂରର କଥା ଅନେକ ସମୟରେ ଚାଷରେ ଖଟାଯାଇଥିବା ମୂଳଧନ ମିଳୁନଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ରଣପୁର ଉଦ୍ୟାନ ବିଭାଗ ଚାଷୀଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି । କୃଷି ଅଧିକାରୀ ନା କାର୍ଯ୍ୟାଳୟକୁ ଆସୁଛନ୍ତି ନା ଚାଷୀଙ୍କ ଦୁର୍ଦ୍ଦଶାରେ ଛିଡା ହେଉଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Education Next Season 5
Sponsored
Farmers do not even | Argus News