|
logo
Live
Argus News App
GET APP

Argus News - ଦୀପାବଳିରେ ଫୁଲ ବିକି ଲକ୍ଷପତି, ୮ ଲକ୍ଷ ଗେଣ୍ଡୁ ଚାରାରେ ୮ ଲକ୍ଷ ରୋଜଗାର କଲେ ଚାଷୀ

Odisha

Marigold Farming / ଦୀପାବଳିରେ ଫୁଲ ବିକି ଲକ୍ଷପତି, ୮ ଲକ୍ଷ ଗେଣ୍ଡୁ ଚାରାରେ ୮ ଲକ୍ଷ ରୋଜଗାର କଲେ ଚାଷୀ

Smruti Parija
Browse all articles by Smruti Parija
·5 months ago·2 min read
ଦୀପାବଳିରେ ଫୁଲ ବିକି ଲକ୍ଷପତି, ୮ ଲକ୍ଷ ଗେଣ୍ଡୁ ଚାରାରେ ୮ ଲକ୍ଷ ରୋଜଗାର କଲେ ଚାଷୀ

Key Points

ଦୀପାବଳିରେ ଫୁଲ ବିକି ଲକ୍ଷପତି
ରାଜ୍ୟ ବାହାରକୁ ଗଲା ଟନ୍ ଟନ୍ ଫୁଲ
୮ ଲକ୍ଷ ଗେଣ୍ଡୁ ଫୁଲ ଚାରାରେ ୮ ଲକ୍ଷ ରୋଜଗାର କଲେ ଚାଷୀ
ଦୀପାବଳିରେ ଦୀପ, ବାଣ ବିକ୍ରି କରି ଭଲ ଦି ପଇସା ରୋଜଗାର କରନ୍ତି ଲୋକେ । ହେଲେ ଗେଣ୍ଡୁଫୁଲ ଚାଷ କରି ଏହି ଚାଷୀ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଆଜିକାଲି ଦୀପାବଳିରେ ଗେଣ୍ଡୁ ଫୁଲର ଚାହିଦା ବଢୁଛି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ଜୁଜୁମୁରା ସବୁଜ ସନାତନ ପାଲିରେ ଫାର୍ମର ପ୍ରଡ୍ର୍ୟୁସର କମ୍ପାନୀ ଅଧିନରେ ବିଭିନ୍ନ ଗାଁର ଚାଷୀ ଦୀପାବଳୀରେ ଟନ୍ ଟନ୍ ଗେଣ୍ତୁଫୁଲ ବିକ୍ରି କରିଛନ୍ତି । ପଶ୍ଚିମ ଓଡିଶା ସମେତ ରାଜ୍ୟ ବାହାରକୁ ଗଲା ଗେଣ୍ତୁ ଫୁଲ । ଫଳରେ ୮ ଲକ୍ଷ ଗେଣ୍ତୁ ଫୁଲ ଚାରାରେ ୮ ଲକ୍ଷ ଟଙ୍କା ରୋଜଗାର ହୋଇଥିବା କହିଛନ୍ତି ଚାଷୀମାନେ ।



ଦୀପାବଳୀ ପୁର୍ବରୁ ଘେନୁପାଲି, ନୂଆବରଙ୍ଗାମାଲ, ନୁଆଟିହୁରା ଓ ଜୟନ୍ତପୁର ପଂଚାୟତରେ ୫.୫ ଟନ ଗେଣ୍ତୁଫୁଲ ବିକ୍ରି କରିଛନ୍ତି । ଯାହାକି କିଲୋ ପିଛା ୧୫୦ ରୁ ୨୨୦ ଦରରେ ବିକ୍ରି କରି ୮ ଲକ୍ଷ ୨୫ ହଜାର ଟଙ୍କା ରୋଜଗାର କରିଛନ୍ତି । ଏହି ଗେଣ୍ତୁ ଫୁଲ ପଶ୍ଚିମ ଓଡିଶା ସମେତ ପଡୋଶୀ ରାଜ୍ୟ ଛତିଶଗଡକୁ ଯାଇଛି ।

୨୦୨୪ ମସିହାରେ ଏନବିଆରଆଇ ପକ୍ଷରୁ ସବୁଜ ସନାତନ ପାଲି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଅଧିନ ଚାଷୀମାନଙ୍କୁ ୮ ଲକ୍ଷ ଉଚ୍ଚଗୁଣର ଗେଣ୍ତୁଫୁଲ ଚାରା ପ୍ରଦାନ କରାଯାଇଥିଲା । ୧୦୦ ଏକର ଜମିରେ ଏହା ଚାଷ କରାଯାଇଥିଲା । ଏପ୍ରିଲ ୧୪ରେ ସବୁଜ ସନାତନ ପାଲିକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପହଁଚି ଆମେରିକୀୟ ୟୁଷ୍ଟୋମା ଫୁଲ ଚାରା ରୋପଣ କରିଥିଲେ । ଏହି ଅଂଚଳରୁ ଅଧିକ ପରିମାଣରେ ବିଭିନ୍ନ ପ୍ରଜାତିର ଫୁଲ ସର୍ବାଧିକ ଉତ୍ପାଦନ ହେଉଥିବାବେଳେ ସରକାରଙ୍କ ସହାୟତା ଓ ଫୁଲ ବିକ୍ରି ପାଇଁ ମାର୍କେଟ ବ୍ୟବସ୍ଥା କରାଯିବା ନେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ । ଫୁଲ ବିକି ଭଲ ରୋଜଗାର ହେବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଉଦ୍ୟମକୁ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

ପୂର୍ବରୁ ଏହି ଅଂଚଳର ଚାଷୀ ମାନେ କେନ୍ଦ୍ର ମନ୍ତ୍ରୀଙ୍କ ଉଦ୍ୟମରେ ଦେଶୀ ଆମ୍ବ ଦେଶ ବାହାରକୁ ରପ୍ତାନୀ କରି ଭଲ ଦି ପଇସା ରୋଜଗାର କରିଥିଲେ । ଆଉ ଏଥର ମଧ୍ୟ ରାଜ୍ୟ ବାହାରକୁ ଫୁଲ ପଠାଇ ଭଲ ରୋଜଗାର କରିଛନ୍ତି । ଯାହା ଚାଷୀଙ୍କ ମୁହଁରେ ହସ ଫୁଟାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Marigold Farming: ଦୀପାବଳିରେ ଫୁଲ ବିକି ଲକ୍ଷପତି, ୮ ଲକ୍ଷ ଗେଣ୍ଡୁ ଚାରାରେ ୮ ଲକ୍ଷ ରୋଜଗାର କଲେ ଚାଷୀ | Argus News