Chidatmika Khatua Award / ଡକ୍ଟର ଚିଦାତ୍ମିକା ଖଟୁଆଙ୍କୁ ‘ଇନ୍ସ୍ପାୟାରିଂ ଇଣ୍ଡିଆନ୍ ଅଫ୍ ଦି ଇୟର୍ ୨୦୨୬’ ସମ୍ମାନ
·Updated on: 29 Nov 2026, 14:14:38 IST·2 min read

Key Points
ଓଡ଼ିଶା ପାଇଁ ଗୌରବ ଆଣିଲେ ଡକ୍ଟର ଚିଦାତ୍ମିକା ଖଟୁଆ
ମିଳିଲା ‘ଇନ୍ସ୍ପାୟାରିଂ ଇଣ୍ଡିଆନ୍ ୨୦୨୬’ ସମ୍ମାନ
ଆଦିବାସୀ ମହିଳାଙ୍କ ସଶକ୍ତିକରଣରେ ନୂଆ ଅଧ୍ୟାୟ
ମିଳିଲା ‘ଇନ୍ସ୍ପାୟାରିଂ ଇଣ୍ଡିଆନ୍ ୨୦୨୬’ ସମ୍ମାନ
ଆଦିବାସୀ ମହିଳାଙ୍କ ସଶକ୍ତିକରଣରେ ନୂଆ ଅଧ୍ୟାୟ
ଭୁବନେଶ୍ୱର: ସମାଜସେବା, ମହିଳା ସଶକ୍ତିକରଣ ଓ ମାନବିକତାର କ୍ଷେତ୍ରରେ ଅତୁଳନୀୟ ଅବଦାନ ରଖି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବିଶିଷ୍ଟ ସାମାଜିକ ଉଦ୍ୟୋଗୀ ଡକ୍ଟର ଚିଦାତ୍ମିକା ଖଟୁଆ । ସୁଶ୍ରୁତ ସୁପର ସ୍ପେସିଆଲିଟି ହସ୍ପିଟାଲ ଏଣ୍ଡ୍ ଟ୍ରମା ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ୱାର୍ଲଡ୍ ଓଡ଼ିଶା ସୋସାଇଟିର ମହିଳା ଶାଖାର ସାଧାରଣ ସମ୍ପାଦିକା ଡକ୍ଟର ଖଟୁଆଙ୍କୁ ସମ୍ମାନଜନକ ‘ଇନ୍ସ୍ପାୟାରିଂ ଇଣ୍ଡିଆନ୍ ଅଫ୍ ଦି ଇୟର୍ ୨୦୨୬’ ପୁରସ୍କାର ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀରେ ଗୋଲ୍ଡେନ୍ ସ୍ପାରୋଜ୍ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ଡକ୍ଟର ତିଲକ ତନ୍ୱାରଙ୍କ ରଚିତ ‘୧୦୦ ଇନ୍ସ୍ପାୟାରିଂ ଇଣ୍ଡିଆନ୍ସ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ୧୦୦ ଜଣ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ସଫଳତା ଓ ସମାଜ ପ୍ରତି ଅବଦାନକୁ ସ୍ଥାନ ଦିଆଯାଇଛି । ଏହି ଅବସରରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଖ୍ୟାତନାମା କ୍ରୀଡ଼ାବିତ୍ ଅଞ୍ଜୁ ବବି ଜର୍ଜ ଓ ପୁସ୍ତକର ଲେଖକ ଡକ୍ଟର ତନ୍ୱାର ଡକ୍ଟର ଖଟୁଆଙ୍କୁ ପୁରସ୍କୃତ କରିଥିଲେ । ଏଥିସହ ତାଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର ବ୍ୟକ୍ତିଗତ ଡାକଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା ।
ଏଥି ସହ ପଢନ୍ତୁ: କଟକ ବାଲିଯାତ୍ରାରେ ସ୍ୱାସ୍ଥ୍ୟ ବିଭାଗ ଓ CMCର ମିଳିତ ରେଡ୍
ପୁସ୍ତକରେ ଡକ୍ଟର ଚିଦାତ୍ମିକା ଖଟୁଆଙ୍କ ଦୀର୍ଘ ୩୦ ବର୍ଷର ସମାଜସେବା ଓ ମାନବିକ ଯାତ୍ରାକୁ ବିଶେଷ ଭାବେ ଉପସ୍ଥାପନ କରାଯାଇଛି । ବିଶେଷକରି ଆଦିବାସୀ ମହିଳାଙ୍କ ପରିଚୟ, ମର୍ଯ୍ୟାଦା ଓ ଅଧିକାର ପ୍ରତିଷ୍ଠା ପାଇଁ ତାଙ୍କର ନିରନ୍ତର ପ୍ରୟାସ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ତାଙ୍କ ପରିକଳ୍ପିତ ଭାରତର ପ୍ରଥମ ଆଦିବାସୀ ରାଣୀ ପ୍ରତିଯୋଗିତା ‘ଆଦି ରାଣୀ’ ମାଧ୍ୟମରେ ଆଦିବାସୀ ମହିଳାଙ୍କ ପ୍ରତିଭା, ସଂସ୍କୃତି ଓ ନେତୃତ୍ୱକୁ ଜାତୀୟ ସ୍ତରରେ ପରିଚିତ କରାଇବାରେ ସେ ସଫଳ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କ ପ୍ରୟାସରେ ଏପର୍ଯ୍ୟନ୍ତ ୨,୦୦୦ରୁ ଅଧିକ ଆଦିବାସୀ ମହିଳା ପରିଚୟ ନିର୍ମାଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ, ନେତୃତ୍ୱ ବିକାଶ ଓ ଜୀବିକା ସୁଯୋଗ ମାଧ୍ୟମରେ ଉପକୃତ ହୋଇଛନ୍ତି। ଏହାସହ ୧୫ଟି ପ୍ରଦର୍ଶନୀରେ ୬୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରି ଆଦିବାସୀ କାରିଗର ଓ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବାର ସୁଯୋଗ ମିଳିଛି। ତାଙ୍କ ଶିକ୍ଷା ପ୍ରୋତ୍ସାହନ କାର୍ଯ୍ୟକ୍ରମ ମାଧ୍ୟମରେ ୫,୦୦୦ରୁ ଅଧିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
୧୯୯୬ ମସିହାରୁ ତାଙ୍କର ସମାଜସେବା ସ୍ୱାସ୍ଥ୍ୟସେବା, ଶିଶୁ କଲ୍ୟାଣ, ଦକ୍ଷତା ବିକାଶ ଓ କ୍ଷୁଧା ନିବାରଣ ଭଳି ବିଭିନ୍ନ କ୍ଷେତ୍ରକୁ ବ୍ୟାପିଛି । ଭୁବନେଶ୍ୱରସ୍ଥିତ ଏମ୍ସରେ ସୋ ଆମ୍ ଆଇ ଫାଉଣ୍ଡେସନର ସହଯୋଗରେ ପ୍ରତିଦିନ ପ୍ରାୟ ୬୦୦ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ଖାଦ୍ୟ ସହାୟତା, ଶୁଖିଲା ରାସନ ବଣ୍ଟନ ଓ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ଜରିଆରେ ୫୦,୦୦୦ରୁ ଅଧିକ ଜୀବନକୁ ସହାୟତା ପ୍ରଦାନ କରିଥିବା ଉଲ୍ଲେଖ ରହିଛି ।
ତାଙ୍କର ଏହି ସମ୍ମାନ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶାର ସମାଜସେବା ଓ ମାନବିକତାର ଏକ ଗୌରବମୟ ପରିଚୟ। ଆଦିବାସୀ ମହିଳାଙ୍କୁ ଆତ୍ମବିଶ୍ୱାସ, ସମ୍ମାନ ଓ ସ୍ୱାବଲମ୍ବନର ପଥ ଦେଖାଇବାରେ ତାଙ୍କର ଅବଦାନ ଆଗାମୀ ପିଢ଼ି ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ହୋଇ ରହିବ ।

Related Topics
Explore more stories