Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମରୁଡ଼ିର କରାଳ ଗ୍ରାସରେ ଚାଷୀକୂଳ...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମରୁଡ଼ିର କରାଳ ଗ୍ରାସରେ ଚାଷୀକୂଳ...

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଚାଷୀଙ୍କୁ ଘାରିଛି ଚାଷ ଚିନ୍ତା। ଗୋଟିଏ ପଟେ ମୌସୁମୀ ଆଜି ପର୍ଯ୍ୟନ୍ତ ସକ୍ରିୟ ହୋଇ ନଥିବା ବେଳେ ଅନ୍ୟପଟେ ୨୪ ବର୍ଷର ବିଜେଡି ସରକାରଙ୍କ ଜଳ ସେଚନ ଧୋକା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଚାଷ ଜମିରେ ଜଳସେଚନ ସୁବିଧା ନାହିଁ କହିଲେ ଚଳେ। ଚାଷୀମାନେ ଚାଷ ପାଇଁ ବର୍ଷା ପାଣି ଉପରେ ପ୍ରାୟତଃ ନିର୍ଭର କରନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବିଗତ ଦିନରେ ତତ୍କାଳିନ ରାଜ୍ୟ ସରକାରଙ୍କ ଉଠାଜଳସେଚନ ବିଭାଗ ପକ୍ଷରୁ ଚାଷୀଙ୍କ ଜମିରେ ଜଳସେଚନ ସୁବିଧା ପାଇଁ ଗଭୀର ନଳକୂପ ଖନନ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଷୀମାନେ ନିର୍ଧାରିତ (ୟୁନିଅନ୍) ବ୍ୟାଙ୍କରେ ଟଙ୍କା ପୈଠ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ପରେ ଚାଷୀମାନେ ଏଥିପାଇଁ ବ୍ୟାଙ୍କରେ ଟଙ୍କା ପୈଠ ମଧ୍ୟ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଜମିରେ ଗଭୀର ନଳକୂପ ଖନନ ହୋଇପାରିନାହିଁ ।

ଟଙ୍କା ପୈଠ କରିବାର ୬ ମାସ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଜମିରେ ଗଭୀର ନଳକୂପ ଖନନ ହୋଇନାହିଁ। ବ୍ଲକର ଗରିବ ଚାଷୀମାନେ ସଠିକ ସମୟରେ ଓ ବର୍ଷକୁ ଦୁଇଥର ଚାଷ ଅମଳ ହେବା ନେଇ ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଚାଷୀଙ୍କ ଜମିରେ ରିହାତି ମୂଲ୍ୟରେ ଗଭୀର ନଳକୂପ ଖନନ କରିବା ପାଇଁ ଉଠା ଜଳସେଚନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିପାଇଁ ଚାଷୀମାନଙ୍କୁ ୨୦ ହଜାର ଟଙ୍କା ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ରେ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଚନ୍ଦାହାଣ୍ଡି ବ୍ଲକରେ ଜଳବାୟୁ ପରିବର୍ତନ ଯୋଗୁଁ ଗତବର୍ଷ ସ୍ଥାନୀୟ ଚାଷୀମାନେ ଚାଷ କାମ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀମାନେ ଚାଷ କାମ କରିପାରିନଥିଲେ। ତେଣୁ ଶହ ଶହ ହେକ୍ଟର ଜମି ପଡ଼ିଆ ପଡ଼ି ରହିଥିଲା।

ତେବେ ଯେଉଁ ଚାଷୀମାନେ ଜମିରେ ଗଭୀର ନଳକୂପ ଖନନ କରିଛନ୍ତି ସେମାନେ ଚାଷ କାମ ଠିକ୍ ସମୟରେ କରିଥିଲେ ମଧ୍ୟ ଅମଳ କମ ହୋଇଥିବା ଅଭିଯୋଗ । ବର୍ତ୍ତମାନ ଓଡ଼ିଶା ରେ ମୌସୁମୀ ପହଞ୍ଚି ଥିଲେ ମଧ୍ୟ ଚନ୍ଦାହାଣ୍ଡି ବ୍ଲକ୍ ରେ ବର୍ଷା ର ଦେଖା ନାହିଁ। ଚାଷି ନିଜ ଜମିକୁ ପ୍ରସ୍ତୁତ କରି ଧାନ ବୁଣି ଆକାଶକୁ ଚାହିଁ ବସିଛି , ତେବେ ତତ୍କାଳୀନ ବିଜେଡି ସରକାର ଚାଷୀଙ୍କୁ ହତାଶ କରିଥିବା ବେଳେ ବିଜେପି ସରକାର ଆସିବା ପରେ ଚାଷୀଙ୍କ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
farmers face to problem in nabarangpur | Argus News