Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି  

Odisha

ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି  

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି  

Key Points

  • ଦଶହରା ପୂର୍ବରୁ ଚାଷୀଙ୍କୁ ମୋଦିଙ୍କ ବଡ଼ ଭେଟି 
  • ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର 18 ତମ କିସ୍ତି  
  •  ୯ କୋଟି ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨୦ ହଜାର କୋଟି ଟଙ୍କା
  • ଓଡ଼ିଶାର ୩୧ ଲକ୍ଷ ୫୧ ହଜାର ଚାଷୀ ଉପକୃତ
  •  ଚାଷୀଙ୍କ ପୂଜା ବଜାରକୁ ଗରମ କରିବ ସରକାରୀ ଟଙ୍କା
  • ପିଏମ କିଷାନ ପରି 46 ଲକ୍ଷ ଚାଷୀଙ୍କୁ ମିଳିଥିଲା ସିଏମ କିଷାନ ଟଙ୍କା
  • ସୁଭଦ୍ରାର ଗୋଟିଏ ପର୍ଯ୍ୟାୟ 25 ଲକ୍ଷ ମହିଳାଙ୍କୁ ମିଳିଛି ସହାୟତା
  • ଦୀତୀୟ ପର୍ଯ୍ୟାୟରେ ପୁଣି 40 ଲକ୍ଷ ମହିଳା ପାଇବେ ଟଙ୍କା 
  • ବାର୍ଦ୍ଦକ୍ୟ ଭତ୍ତା ଟଙ୍କା ବି ପାଲଟିଛି ବଡ ସାହାରା
  • ଚାଷୀ ଯୁଗ ଆରମ୍ଭ, ପ୍ରତାରଣାର ଯୁଗ ଶେଷ
  • ପିଏମ କିସାନ, ସିଏମ କିସାନ ଦେଇଛି ହସ 
  • ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା 
  • 4 ମାସରେ ସଫଳ ରୂପାୟନ 

ଅର୍ଗସ ବ୍ୟୁରୋ :  ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ |  ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟି ଚାଷୀଙ୍କ ଖାତାକୁ 20 ହଜାର କୋଟି ଟଙ୍କା ପ୍ରଦାନକରି ପାର୍ବଣର ଉପହାର ଦେଇଛନ୍ତି | ଚାଷୀଙ୍କୁ ମିଳିଛି ପିଏମ କିସାନ ସମ୍ମାନ ନିଧି ଯୋଜନାରେ 18ତମ କିସ୍ତି |  ଓଡିଶାର 31 ଲକ୍ଷ 51 ହଜାର 700 ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା..  ଯାହା ଗତ କିସ୍ତିରେ ମିଳିଥିବା ଚାଷୀଙ୍କ ସଂଖ୍ୟାରୁ 1 ଲକ୍ଷ  77 ହଜାର ଅଧିକ.. ଆହୁରି ବହୁତ ଚାଷୀ ଯୋଗ୍ୟ ଥିବା ବେଳେ ସେମାନଙ୍କୁ ତାଲିକାର ସାମିଲ ପାଇଁ ନୂଆ ସରକାର ପ୍ରୟାସ କରୁଛନ୍ତି...

ଅଧିକ ପଢନ୍ତୁ : ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୂର୍ବରୁ  ନୂଆଖାଇରେ ସମ୍ବଲପୁରରେ ସିଏମ କିସାନ ଯୋଜନର ଶୁଭାରମ୍ଭ କରି ଓଡ଼ିଶାର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଡିବିଟି ମାଧ୍ୟମରେ 925 କୋଟି ପ୍ରଧାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଅର୍ଥାତ  ଡବଲ ଇଜିଂନ ସରକାର ହେବା ପରେ ଓଡ଼ିଶାର ଚାଷୀ 5ଟି କିସ୍ତିରେ  ପାଇବେ ବର୍ଷକୁ 10 ହଜାର ଟଙ୍କା ..ଏଇଥିପାଇଁ ତ ଚାଷ ହସୁଛି ଆଉ ଚାଷୀ ମଧ୍ୟ |କେବଳ ପିଏମ କି ସିଏମ କିଷାନ ନୁହେଁ । ମହିଳାଙ୍କ ପାଇଁ ସବୁଠୁ ବଡ ଯୋଜନା ସୁଭଦ୍ରାରେ ରାଜ୍ୟ ସରକାର 25 ଲକ୍ଷ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ 5 ହଜାର ଟଙ୍କା ଦେଇଥିବା ଅକ୍ଟୋବର 9 ତାରିଖରେ ପୁଣି 40 ଲକ୍ଷ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଟଙ୍କା..ନୂଆ ସରକାର ଏହା ଭିତରେ ବାର୍ଦ୍ଦକ୍ୟ ଭତ୍ତା ବଢାଇଥିବାରୁ ରାଜ୍ୟର  ପ୍ରାୟ 4 ଲକ୍ଷ ବୟସ୍କଙ୍କୁ ମିଳିବ 3 ହଜାର ଟଙ୍କା..ମଧୁ ବାବୁ ଓ ଜାତୀୟ ବାର୍ଦ୍ଦକ୍ୟ ଭର୍ତ୍ତାରେ 60ରୁ 79 ବର୍ଷ ମଧ୍ୟରେ ପ୍ରାୟ 50 ଲକ୍ଷ ହିତାଧିକାରୀଙ୍କୁ ମିଳୁଛି 1 ହଜାର ଟଙ୍କା... ପୂଜା ବଜାରରେ ଏମାନଙ୍କ ହାତରେ ଟଙ୍କା ଆସିବା ପରେ ସମସ୍ତେ ଖୁସ୍
ପିଏମ କିଷାନରେ ଦୁଇଟି କିସ୍ତିରେ ରାଜ୍ୟ ଚାଷୀଙ୍କୁ ମିଳିଛି 6 ହଜାର ଟଙ୍କା... ସେହିପରି ସିଏମ କିଷାନର ଗୋଟିଏ କିସ୍ତି ନୂଆଖାଇରେ ମିଳିଥିବା ବେଳେ ଦୀତୀୟ କିସ୍ତିର ଟଙ୍କା ଚାଷ ଅନୁକୁଳ ପୂର୍ବରୁ ଅକ୍ଷୟ ତୃତୀୟରେ ମିଳିବ.
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farmers got 18th installment of PM Kisan Yojana | Argus News