Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିଲର୍ସ ରାଜ ଯୋଗୁଁ ସମସ୍ୟାରେ ଚାଷୀ, ଖୋଲା ଆକାଶ ତଲେ ଚାଲୁଛି ମଣ୍ଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମିଲର୍ସ ରାଜ ଯୋଗୁଁ ସମସ୍ୟାରେ ଚାଷୀ, ଖୋଲା ଆକାଶ ତଲେ ଚାଲୁଛି ମଣ୍ଡି

ଅର୍ଗସ ବ୍ୟୁରୋ: ଉପାନ୍ତରେ ମଣ୍ଡି ଅବ୍ୟବସ୍ଥା l କାମକୁ ଆସନି ମଣ୍ଡି ଗୃହ, ଖୋଲା ଆକାଶ ତଲେ ଚାଲିଛି ମଣ୍ଡି l 4ରୁ 6 କେଜି କଟନୀ ଛଟନୀ ସାଙ୍ଗକୁ ଧାନ ବିକ୍ରି କରିବାର 10 ଦିନ ପରେ ବି ଚାଷୀଙ୍କ ଆକାଉଣ୍ଟରେ ପଡୁନି ଟଙ୍କା l ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଠାରେ ଥିବା ଧାନ ମଣ୍ଡିର ଦୃଶ୍ୟ l  ମିଲର୍ସ ଏବଂ ପ୍ରଶାସନ ର ସଲାସୁତୁରା ଯୋଗୁଁ ଚାଷୀ ଏଠି କଷ୍ଟ ପାଉଛି l ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଚୁପ ଥିବା ଅଭିଯୋଗ କରିଛନ୍ତି ଚାଷୀ  l

ବରଗାଁ ନିକଟରେ ଲକ୍ଷ ଲକ୍ଷ ଟଙ୍କା ରେ ମଣ୍ଡି ଘର ତିଆରି ହୋଇଛି l ହେଲେ କୌଣସି କାରଣ ଯୋଗୁଁ କାମ ରେ ଆସୁନି l ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଖତ ଖାଉଛି ଏହି ମଣ୍ଡି ଗୃହ l  ଅବ୍ୟବସ୍ଥା ନ ସୁଧୁରିଲେ ଆନ୍ଦୋଳନ ଜୋରଦାର ହେବା ନେଇ ଚେତାବନି ଦେଇଛନ୍ତି ଦଳିତ ଅଧିକାର ମଞ୍ଚ l ମଣ୍ଡି ଅବ୍ୟବସ୍ଥା ଅଭିଯୋଗ ହେଉଛି ହେଲେ ପ୍ରଶାସନ କାହିଁକି ଜାଣି ଶୁଣି ଚୁପ ରହୁଛି l ବରଗାଁ ମଣ୍ଡି ଉପରେ ପ୍ରଶାସନର ନଜର କେବେ ପଡିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farmers in trouble due to Millers Raj, Mandi is running under open air | Argus News