Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଣ୍ଡି ଆଗରେ ଧାନବସ୍ତା ରଖି ସାରାରାତି ଧାରଣା ଦେଲେ ଚାଷୀ

Odisha

ମଣ୍ଡି ଆଗରେ ଧାନବସ୍ତା ରଖି ସାରାରାତି ଧାରଣା ଦେଲେ ଚାଷୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମଣ୍ଡି ଆଗରେ ଧାନବସ୍ତା ରଖି ସାରାରାତି ଧାରଣା ଦେଲେ ଚାଷୀ

ଅର୍ଗସ ବ୍ୟୁରୋ: ଧାନ ସଂଗ୍ରହରେ କଟନି ଛଟନିକୁ ନେଇ ଚାଷୀ ଅସନ୍ତୋଷ। ଜଟଣୀ କନ୍ତିଆ ଗ୍ରାମରେ ଚାଷୀଙ୍କ ଜୋରଦାର ବିରୋଧ। ମଣ୍ଡି ଆଗରେ ଧାନବସ୍ତା ରଖି ସାରାରାତି ଧାରଣା ଦେଲେ ଚାଷୀ। ଚାଷୀଙ୍କ କହିବା ଅନୁଯାୟୀ ବର୍ଷକ ଯାକ ପରିଶ୍ରମ କରି ଭଲଧାନ ଅମଳ କରିଥିଲେ ମଧ୍ୟ ଆଜି ମିଲର ଏବଂ ସୋଷାଇଟି ସେକ୍ରେଟାରୀ କୁଇଣ୍ଟାଲ ପିଛା ୪ ରୁ ୫ କେଜି ଧାନ କଟନି କରିବା କଥା ଶୁଣିବା ପରେ ଧାନ ଦେବାପାଇଁ ଚାଷୀ ମନା କରି ଧାନମଣ୍ଡି ଆଗରେ ଧାରଣା ଦେଇଥିଲେ। ଯାହାକୁ ସମର୍ଥନ କରିଥିଲା ନବ ନିର୍ମାଣ କୃଷକ ସଂଗଠନ।

ଯେପର୍ଯ୍ୟନ୍ତ zero କଟନିରେ ଧାନ ନନିଆଯାଇଛି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ। ଚାଷୀ ତାର ଉପଯୁକ୍ତ ମୂଲ୍ୟ ନପାଇଲେ ଆଗାମୀ ଦିନରେ ଚାଷୀଙ୍କ ପାଇଁ ଏହି ଆନ୍ଦୋନ ତୀବ୍ର ରୂପ ନେବବୋଲି କହିଛନ୍ତି ରାଜ୍ୟ ଯୁବଛାତ୍ର ସଂଗଠନର ସଭାପତି ଏମ୍ ଡି ମନୱର୍ ଅଲ୍ଲୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farmers keep their bags of grain in front of the market and give ideas throughout the night | Argus News