Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଜନ କୀର୍ତ୍ତନ କରି ଅଭିନବ ଢ଼ଙ୍ଗରେ ଚାଷୀଙ୍କ ପ୍ରତିବାଦ 

Smruti Parija
Browse all articles by Smruti Parija
·2 years ago·1 min read
ଭଜନ କୀର୍ତ୍ତନ କରି ଅଭିନବ ଢ଼ଙ୍ଗରେ ଚାଷୀଙ୍କ ପ୍ରତିବାଦ 

ବରଗଡ: ସରକାରୀ ଅଫିସରେ ଚାଲିଛି ଭଜନ କୀର୍ତ୍ତନ । ଭଜନ ଗୀତ ଗାଇ ମୃଦଙ୍ଗ ବଜାଇ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିନବ ଢ଼ଙ୍ଗରେ ଧାରଣା ଦେବା ସହ ପ୍ରତିବାଦ କରୁଛନ୍ତି ବରଗଡ଼ ଜିଲ୍ଲାର ସମସ୍ତ ଚାଷୀ ସଂଗଠନ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି । ଯାହାକୁ ନେଇ ଗତ ତାରିଖ ଠାରୁ ଆଜକୁ 10 ଦିନ ହେଲା ଚାଷୀ ମାନେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ।  

ମିଗଜୋମରେ ହୋଇଥିବା କ୍ଷୟକ୍ଷତି ଦାବି, ଇନପୁଟ୍ ସବସିଡ଼ି ଓ ବୀମା ଟଙ୍କା ପ୍ରଦାନ ଦାବିରେ ତେଜୁଛି ଚାଷୀ ଆନ୍ଦୋଳନ । ବର୍ତ୍ତମାନ ସୁଦ୍ଧା କୌଣସି ଅଫିସର ଆଲୋଚନା କରିବା ପାଇଁ ମଧ୍ୟ ଆସିନଥିବାରୁ ଚାଷୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ପୂର୍ବରୁ ଚାଷୀ, ବୀମା କମ୍ପାନୀ ଓ ଜିଲ୍ଲା ପ୍ରଶାସନ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ଓ ଚାଷୀଙ୍କୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ପ୍ରତାରଣା କରିଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ  ଇନପୁଟ୍ ସବସିଟି ଓ ବୀମା ଟଙ୍କା ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
farmers-protest-in-govt-office-bargarh | Argus News