ଜଳ ଅଭାବରୁ ଧାନ ଫସଲ ଉଜୁଡ଼ି ଗଲା, ନିଜ ଜୀବନ ହାରିଲେ ଚାଷୀ
·2 years ago

ଅର୍ଗସ ବ୍ୟୁରୋ: ପୁଣି ଆତ୍ମହତ୍ୟା କଲେ ଚାଷୀ। ଜଳ ଅଭାବରୁ ଧାନ ଫସଲ ଉଜୁଡ଼ି ଯିବାରୁ ଆତ୍ମହତ୍ୟା କଲେ ଚାଷୀ l ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଓସ୍ତପଡାର ଚାଷୀ ଗୋବିନ୍ଦ ସାହୁ ବେକରେ ଫାଷୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଧାର କରଜା କରି ଚାଷ କରିଥିବା ବେଳେ ଜଳ ସେଚନ ଅସୁବିଧାରୁ ଧାନ ଫସଲ ମରି ଯାଇଥିବାଲା। କେମିତି ଋଣ ପରିଶୋଧ କରିବେ ତାକୁ ନେଇ କିଛି ଦିନ ହେବ ଗୋବିନ୍ଦ ଚିନ୍ତା ରେ ଥିଲେ।
ଏହି ଚିନ୍ତାରେ ଆଜି ଗୋବିନ୍ଦ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ତେବେ ବଡ ଚିନ୍ତା, ରାଜ୍ୟରେ ଆଉ ଏପରି କେତେ ଦିନ ଚାଲିବ। ଏମିତି ଆଉ କେତେ ଚାଷୀ ନିଜ ଜୀବନ ଦେବେ। ଏହାର ଦାୟୀ ରହିବ କିଏ ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକର।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: