Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଣ୍ଡିରେ ଆଉ ଚାଷୀ ହେବେନି ଶୋଷଣର ଶୀକାର

Odisha

ମଣ୍ଡିରେ ଆଉ ଚାଷୀ ହେବେନି ଶୋଷଣର ଶୀକାର

Manini Pattanayak
Browse all articles by Manini Pattanayak
·1 year ago·2 min read
ମଣ୍ଡିରେ ଆଉ ଚାଷୀ ହେବେନି ଶୋଷଣର ଶୀକାର

ଭୁବନେଶ୍ୱର:  ଧାନ କିଣାରେ ସ୍ବଚ୍ଛତା ପାଇଁ ବିଜେପି ସରକାରଙ୍କ କଡ଼ା ନିୟମ। ମଣ୍ଡିରେ ଆଉ ଚାଷୀ ମାନେ ଯେପରି ଶୋଷଣର ଶିକାର ହେବେ ନାହିଁ, ସେ ନେଇ ପଦକ୍ଷେପ ନିଆଯାଇଛି। ଧାନ ରିସାଇକ୍ଲିଂ କଲେ ସମ୍ପୃକ୍ତ ମିଲରଙ୍କୁ କଳା ତାଲିକାଭୁକ୍ତ କରାଯିବ। ଏ ନେଇ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଗ୍ରେନ୍ ଆନାଲାଇଜର ସାହାଯ୍ୟରେ ଧାନର ମାନ ପରୀକ୍ଷା କରାଯିବ। ୪୮ ଘଣ୍ଟା ଭିତରେ ଧାନ କିଣା ପଇସା ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ । 800 ଟଙ୍କା ବୋନସ୍ ସହ ଚାଷୀଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇବାକୁ ସରକାର କରୁଛନ୍ତି ପ୍ରସ୍ତୁତି।
ବିଜେପି ରାଜରେ ଧାନ ମଣ୍ଡିରେ ଆଉ ଚାଲିବନି ମିଲଙ୍କ ମନମାନି। କଟନୀ ଛଟନୀ ନାଁରେ ଆଉ ଚାଷୀଙ୍କୁ କରିପାରିବେନି ଶୋଷଣ। କିମ୍ବା ପୋକରା ଚାଉଳକୁ ରିସାଇକ୍ଲିଂ କରି ଆଉ ଚାଷୀଙ୍କ ହକ୍ ମାରିପାରିବେନି ମିଲର। ଏଥିପାଇଁ କଠୋର ହେବାକୁ ଯାଉଛନ୍ତି ବିଜେପି ସରକାର। ଯୋଗାଣ ମନ୍ତ୍ରୀ କହିଛନ୍ତି ରିସାଇକ୍ଲିଂ କରୁଥିବା ଧରାପଡ଼ିଲେ ସଂପୃକ୍ତ ମିଲରଙ୍କୁ କରାଯିବ କଳା ତାଲିକାଭୂକ୍ତ ଏଥିସହ ଗୋଦାମ କରାଯିବ ସିଲ। ସେହିପରି ଯେଉଁ ଅଧିକାରୀ ଏଥିରେ ମିଲରଙ୍କୁ ସହଯୋଗ କରିବେ ସେମାନେ ବି ହାରାଇବେ ଚାକିରି। 

ସେହପରି ମଣ୍ଡିରେ ଧାନର ମାନ ମନଇଚ୍ଛା ନିର୍ଦ୍ଦାରଣ କରି ଆଉ କଟନୀ ଛଟନୀ କରିପାରିବେନି ମିଲର। ଗ୍ରେନ୍ ଆନାଲାଇଜର ମେସିନ ମାଧ୍ୟମରେ ଏଣିକି କରାଯିବ ଧାନର ମାନ ପରୀକ୍ଷା। ସେହିପରି ମଣ୍ଡିରୁ ମିଲକୁ ଆଉ ମିଲରଙ୍କ ଗାଡ଼ିରେ ଯିବନି ଧାନ। ଧାନ ପରିବହନ ବ୍ୟବସ୍ଥା ନିଜେ କରିବେ ସରକାର  କରିବେ ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ। ସେ କହିଛନ୍ତି ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ  ଆକାଉଣ୍ଟରେ ପହଞ୍ଚିବ ଟଙ୍କା। 

ନିର୍ବାଚନ ପ୍ରତିଶ୍ରୁତି ରକ୍ଷାକରି ବିଜେପି ସରକାର ଚଳିତ ଖରିଫ ଋତୁରୁ ଚାଷୀଙ୍କୁଠାରୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ କରିସାରିଛନ୍ତି ଘୋଷଣା। ଏହାକୁ ଯେପରି ସ୍ବଚ୍ଛତାର ସହ ଲାଗୁକରାଯିବ ଏବଂ କେହି ଯୋଗ୍ୟ ଚାଷୀ ବଞ୍ଚିତ ନହେବେ ସେଥିପାଇଁ ତତ୍ପର ରାଜ୍ୟ ସରକାର। ପୂର୍ବରୁ ଛତିଶଗଡ଼ ବିଜେପି ସରକାର ଏହାକୁ ସଫଳତାର ସହ ଲାଗୁ କରିସାରିଥିବା ବେଳେ ସେଠାକାର ଧନ କିଣା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଛତିଶଗଡ଼ ଯାଇଥିଲେ ଯୋଗାଣ ବିଭାଗର ଉଚ୍ଚସ୍ତରୀୟ ଟିମ୍‌। ଯୋଗାଣ ମନ୍ତ୍ରୀ କୃଷ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ୭ ଜଣିଆ ଟିମ୍ ସେଠାରେ କ୍ଷେତ୍ର ପରିଦର୍ଶନ ସହ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ, ଧାନ ସଂରକ୍ଷଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ବାବଦରେ ଅବଗତ ହୋଇଥିଲେ । ଛତିଶଗଡ଼ର ଖାଦ୍ୟଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଦୟାଲ୍‌ ଦାସ ବାଘେଲ୍‌  ଏବଂ ସମବାୟ ମନ୍ତ୍ରୀ କେଦାର କାଶ୍ୟପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।  ଗୁରୁବାର ଯୋଗଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୌଦ୍ଧ ଜିଲା ପୁରଣାକଟକ ସ୍ଥିତ ପିଇଜି ଗୋଦାମରେ ଅଚାନକ ପରିଦର୍ଶନ କରି ନିମ୍ନମାନର ଚାଉଳ ଯୋଗାଣ ଏବଂ ଓଜନରେ ଠକେଇ ହେଉଥିବା ଜାଣିବାକୁ ପାଇଥିଲେ। ମିଲର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଦେଇଥିଲେ ନିର୍ଦେଶ। ଏଥିସହ ଯୋଗାଣ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳନା କରିବା ଲାଗି ଅଧିକାରୀଙ୍କୁ ତାଗିଦ କରିଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ମିଲ ଉପରେ ଆରମ୍ଭ ହୋଇଛି ଧରପଗଡ଼। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳର ୩ଟି ରାଇସ ମିଲ୍ କୁ ଗତ କାଲି ରାତିରେ ସିଲ କରିଛି ଜିଲ୍ଲା ପ୍ରଶାସନ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Farmers will no longer be victims of exploitation in Mandi | Argus News