Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିଲା ଶୀତଳ ଭଣ୍ଡାର, ଶାଗ ମାଛ ଦରରେ ଫସଲକୁ ବିକ୍ରି କରିବନି ଚାଷୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖୋଲିଲା ଶୀତଳ ଭଣ୍ଡାର, ଶାଗ ମାଛ ଦରରେ ଫସଲକୁ ବିକ୍ରି କରିବନି ଚାଷୀ

ଅର୍ଗସ ବ୍ୟୁରୋ: ମୋହନାଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ହୋଇଯାଇଛି । ଅଞ୍ଚଳର ଚାଷୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଖୁସି  । ସରକାରଙ୍କ ପକ୍ଷରୁ ନହେଲେ ବି ଏକ ବେସରକାରୀ ସଂସ୍ଥା ଏହା କରିବା ଦ୍ଵାରା ଚାଷୀମାନେ ଉପକୃତ ହେବେ । ମୋହନା ବ୍ଲକର ଚାଷୀ ମାନେ ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି l ହେଲେ କୌଣସି ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ ତାର ଅମଳ ଫସଲକୁ ଶାଗ ମାଛ ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଥିଲେ । ଅନେକ ସମୟରେ ପନିପରିବା ପଚି ଶଢ଼ୀ ନଷ୍ଟ ହେଉଥିଲା l ଫଳରେ ଚାଷୀ କ୍ଷତି ସହୁଥିବା ବେଳେ ବ୍ୟବସାୟୀ ମାଲାମାଲ ହେଉଥିଲେ। ବର୍ତମାନ ଏହି ଶୀତଳ ଭଣ୍ଡାର ଦ୍ୱାରା ଚାଷୀ ଉତ୍ପାଦିତ ଫସଲକୁ ସୁରକ୍ଷିତ ରଖି ପାରିବେ । ଏହି କାର୍ଯ୍ୟକ୍ରମରେ ସାଲିଡାରିଡାଡ଼ ର ପରିଚାଳନା ନିର୍ଦେଶକ ସତଦ୍ରୁ ଚଟୋପାଧ୍ୟାୟ ଓ ଲାଇବଲହୁଡ ନିର୍ଦେଶକ ସମ୍ବିତ ତ୍ରିପାଠୀ ଯୋଗଦେଇଛନ୍ତି ।

ଶୀତଳ ଭଣ୍ଡାର ଉଦଘାଟନ ପରେ ମୋହନା ବ୍ଳକର ପିଣ୍ଡିକି ଗାଁକୁ ଯାଇ ଆଦର୍ଶ କୃଷି ଗ୍ରାମ ଘୋଷଣା କରାଯାଇଛି l ଏଥିସହ ପିଣ୍ଡିକି ଗ୍ରାମବାସୀଙ୍କ ସହ ବିଭିନ୍ନ ଚାଷ ସମ୍ବନ୍ଧରେ ଆଲୋଚନା କରିଛନ୍ତି ଅଧିକାରୀ ମାନେ l ଗ୍ରାମର ବିଭିନ୍ନ ପରିବା କ୍ଷେତ ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ l ଚାଷର ପଂଚତନ୍ତ୍ର ସୂତ୍ରୀ ଦ୍ୱାରା କିଭଳି ଭଲ ଫସଲ ଅମଳ ହୋଇପାରିବ ସେ ସମ୍ପର୍କରେଲୋକଙ୍କୁ ବୁଝାଇଥିଲେ l ଏହି ଶୀତଳ ଭଣ୍ଡାର ହେବାଦ୍ବାରା ବହୁତ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଚାଷୀ l କୃଷି ଓ କୃଷକର ବିକାଶ ପାଇଁ ସରକାର ବହୁ ଯୋଜନା କରୁଥିବା ବେଳେ ଏକ ସଂସ୍ଥା ମାଧ୍ୟମରେ ଏହାର ସଫଳ ରୂପାୟନ ପାଇଁ ଚେଷ୍ଟା କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored