Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କପା ବିକିବା ପାଇଁ ମଣ୍ଡିର ବ୍ୟବସ୍ଥା ନାହିଁ

Arpita Mohanty
Browse all articles by Arpita Mohanty
·2 years ago·1 min read
କପା ବିକିବା ପାଇଁ ମଣ୍ଡିର ବ୍ୟବସ୍ଥା ନାହିଁ

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲାରେ ଏବେ ଚାଲିଛି କପା ଅମଳର ସମୟ । ଚାଷୀ ମାନେ କପା ତୋଳି ସଂଗ୍ରହ କରିବାରେ ବ୍ୟସ୍ତ। ଧାନ ଚାଷ ଅପେକ୍ଷା କପାରେ ଅଧିକ ଲାଭ ହେଉଥିବାରୁ ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲାରେ କପା ଚାଷକୁ ଚାଷୀ ଆଦରି ନେଉଛନ୍ତି । ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ କପା ଅମଳ ବି ଭଲ ହୋଇଛି। ହେଲେ ଜିଲ୍ଲାରେ କପା ବିକିବା ପାଇଁ କୌଣସି ମଣ୍ଡିର ବ୍ୟବସ୍ଥା କରାଯାଇନାହିଁ। ଫଳରେ ଚାଷୀ ପଡୋଶୀ ସୋନପୁର ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ମଣ୍ଡି ଉପରେ ନିର୍ଭର କରୁଛନ୍ତି। ଅନେକ ଚାଷୀ କମ ଦରରେ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି । ଚଳିତ ବର୍ଷ କପାରେ ରୋଗ ପୋକ ଯୋଗୁଁ ଉତ୍ପାଦନ କମିଥିବା ବେଳେ ଏବେ ମଣ୍ଡି ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି।

ଜିଲ୍ଲାରେ ଏବର୍ଷ  ୬୭୬୩ ହେକ୍ଟର ଜମିରେ କପା ଚାଷ ହୋଇଛି । ସେଥି ମଧ୍ୟରୁ ବୌଦ୍ଧ ବ୍ଲକରେ ୩୨୯୧ହେକ୍ଟର, କଣ୍ଟାମାଲ ବ୍ଲକରେ ୩୨୩୦ ହେକ୍ଟର, ଓ ହରଭଙ୍ଗା ବ୍ଲକରେ ୨୪୨ ହେକ୍ଟର ଜମିରେ କପା ଚାଷ  ହୋଇଥିବା ଜଣାପଡିଛି। କପାର ସରକାରୀ ଦର କ୍ୱିଣ୍ଟାଲ ପିଛା ୬୧୨୦ ରୁ ୮୨୨୦ ଟଙ୍କା ରହିଛି। ହେଲେ ଚାଷୀ ମାନେ ଏଇ ଦର ନ ପାଇ ୫୦୦୦ରୁ ୫୫୦୦ ମଧ୍ୟରେ ବିକ୍ରି କରୁଥିବା କହିଛନ୍ତି। ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି ମଣ୍ଡି ବ୍ୟବସ୍ଥା କରାଯାଉନାହିଁ । 

ତେବେ ଜିଲ୍ଲାରେ କେବେ କପା ମଣ୍ଡି ଖୋଲୁଛି ଓ ଉପଯୁକ୍ତ ଦରରେ ବିକ୍ରି ହେଉଛି ତାହା ଦେଖିବାକୁ ଅପେକ୍ଷା ରହିଲା। ଯଦି ଖୁବ୍ ଶୀଘ୍ର ତାହା ନହୁଏ ଆଗାମୀ ଦିନରେ ଚାଷୀ କପା ଚାଷ ପ୍ରତି ମୁହଁ ଫେରାଇଦେବା ଚର୍ଚ୍ଚା ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Sponsored
cotton | Argus News