Videos
|
Odisha

ପେଶା ଚାଷ କରିବା ନିଶା କିନ୍ତୁ ସଙ୍ଗୀତ ଗାଇବା

Ritu Das
Browse all articles by Ritu Das
·2 years ago·2 min read
ପେଶା ଚାଷ କରିବା ନିଶା କିନ୍ତୁ ସଙ୍ଗୀତ ଗାଇବା

ଅର୍ଗସ ବ୍ୟୁରୋ: ସମସ୍ତଙ୍କ କଣ୍ଠରେ ସରସ୍ବତୀ ବିରାଜମାନ କରନ୍ତିନି। ଏମିତି ଜଣେ ଯୁବକ ଅଛନ୍ତି ଯାହାଙ୍କ କଣ୍ଠରେ ସତରେ ବାଗଦେବୀ ବିରାଜିତ। ଅତି ସୁମଧୁର କଣ୍ଠ। ନିଶା ସଙ୍ଗୀତ କିନ୍ତୁ ପେଶା ତାଙ୍କର ଚାଷ। କାହିଁ ମୁମ୍ବାଇ ଇଣ୍ଡିଆନ ଆଇଡଲର ସୁପ୍ରସିଦ୍ଧ ମଞ୍ଚ, କାହିଁ ଡେଲାଙ୍ଗ ବେରବୋଇ ଧାନବିଲ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ସମ୍ପୂର୍ଣ୍ଣ ସତ। ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ବେରୋବୋଇ ଗ୍ରାମର ଏହି ସିଙ୍ଗର ହେଉଛନ୍ତି ଶ୍ରୀନିବାସ ସ୍ୱାଇଁ ଓରଫ ସିନୁ। ସୁନ୍ଦର କଣ୍ଠକୁ ସୁମଧୁର ଗୀତରେ ସମସ୍ତଙ୍କୁ ମତୁଆଲା କରିଛନ୍ତି। ଅନେକ ସ୍ଥାନରେ ସଂଗୀତ ପରିବେଷଣ କରି ନାମ ଅର୍ଜନ ପରେ ବି ଚାଷ କରି ପରିବାର ପୋଷିବା ହେଉଛି ତାଙ୍କ ପେଶା।

ଡେଲାଙ୍ଗ ଅଞ୍ଚଳରେ ସିଙ୍ଗର ସିନୁ ବା ଜୁନିୟର ସୋନୁ ନିଗମ ନାମରେ ବେଶ ପରିଚିତ। ପାଖରେ ଲୁଚି ରହିଛି ଅନେକ ପ୍ରତିଭା, ଇଣ୍ଡିଆନ ଆଇଡଲ ଭଳି ପ୍ଲାଟଫର୍ମରେ ଗୀତ ଗାଇଥିବା ଶ୍ରୀନିବାସ କିନ୍ତୁ ଛାଡ଼ି ନାହାନ୍ତି ନିଜ କୌଳିକ ବୃତ୍ତି। ନିପଟ ମଫସଲ ଗାଁରୁ ଦିନେ ଯାଇ ଏତେ ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ପାଇଥିବା ସିଙ୍ଗର ସିନୁ କିନ୍ତୁ ତାଙ୍କ କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି। ନିଜର ଆର୍ଥିକ ସ୍ଥିତି ଏତେ ସୁଦୃଢ଼ ନ ଥିଲେ ମଧ୍ୟ ସଙ୍ଗୀତରୁ ନିଜ ଠାରୁ ଦୂରେଇ ରଖି ନାହାନ୍ତି। ସଙ୍ଗୀତ ଲେଖିବା ଠାରୁ ଆରମ୍ଭ କରି ଗୀତ ଗାଇବାରେ ରୁଚି ରଖିଥିବା ସିନୁ ସରକାରୀ ପ୍ରୋତ୍ସାହନ ବିନା ନିଜ ଦକ୍ଷତାରେ ଯେତିକି ଆଗକୁ ବଢି ପାରିଛନ୍ତି । ବଣ ମଲ୍ଲୀ ବଣରେ ଝାଉଁଳି ଯିବା ଭଳି ପ୍ରୋତ୍ସାହନ ଅଭାଵରୁ ଆଗକୁ ବଢି ପାରିନାହିଁ ସିନା ଏବେ ସୁଦ୍ଧା ଦେଢ଼ ଶହରୁ ଅଧିକ ଗୀତ ଗାଇ ନିଜ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି ସିନୁ । କିନ୍ତୁ ତାଙ୍କ କୌଳିକ ବୃତ୍ତି ଚାଷକୁ ଏବେ ପର୍ଯ୍ୟନ୍ତ ଆଦରି ରଖିଛନ୍ତି । ଚାଷ କାର୍ଯ୍ୟରୁ ଅନେକ ମୁଁହ ଫେରାଇ ନେଉଥିବା ବେଳେ ନିଜ ପରିବାରର ଅଳ୍ପ କିଛି ଜମିରେ ଚାଷ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉବାକୁ ବାଧ୍ୟ କରୁଛି ତାଙ୍କ ବାସ୍ତବ ପରିସ୍ଥିତି।

ତେବେ ନିଜ ପୁଅ ସିନୁ ଇଣ୍ଡିଆନ ଆଇଡଲ ଭଳି ବଡ଼ ମଞ୍ଚରେ ଗୀତ ଗାଇବା ଦେଖି ତାଙ୍କ ମା' ସୁକାନ୍ତି ସ୍ୱାଇଁ ଗର୍ବିତ ଅଛନ୍ତି। କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଏଭଳି ଅନେକ ପ୍ରତିଭାସମ୍ପନ୍ନ କଳାକାର ଆଜି ଅବହେଳିତ ବୋଲି ସେ କହିଛନ୍ତି। ଡେଲାଙ୍ଗରୁ ଯାଇ ମୁମ୍ବାଇ ସହରରେ ନିଜର କଳା ପ୍ରଦର୍ଶିତ କରିଥିବା ସିନୁ ଏଵେ କଳା ଓ ସଂସ୍କୃତି ବିଭାଗର ନଜର ଆଢୁଆଳରେ ।

ଯଦି ସିଙ୍ଗର ସିନୁଙ୍କ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତି ତେବେ ସେ ଯେ ଆମ ରାଜ୍ୟ ପାଇଁ ଗୌରବ ନ ଆଣିବେ ତାହା କିଏ କହିବ? ତେବେ ଉଚ୍ଚ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଏ ଦିଗରେ ପ୍ରୋତ୍ସାହନ ଦେବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର