Videos
|
Odisha

ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ

Banajyotshna Ray
Browse all articles by Banajyotshna Ray
·1 year ago
ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ

ଅର୍ଗସ ବ୍ୟୁରୋ:  ସୁବର୍ଣ୍ଣପୁର ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ବର୍ଷା ଯୋଗୁଁ ଘୁଙ୍ଗି ନାଳରେ ପ୍ରବାହିତ ହେଉଛି ବନ୍ୟା ଜଳ। ପ୍ରଭାବରେ ଚାଷ ଜମିରେ ପାଣି ହୋଇଥିବା ବେଳେ ବିଭିନ୍ନ ଜଳାଶୟରେ ଜଳସ୍ତର ମଧ୍ୟ ବଢିଛି । ଗତ ରାତିରେ ବର୍ଷାର ପରିମାଣ ବଢିବା ଫଳରେ ଭୂତିଆପାଲି ଓ ଲୁତୁରପଙ୍କ ମଝିରେ ଯାଇଥିବା ଘୁଙ୍ଗି ନାଳରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି ।  ଫଳରେ ବୀରମହାରାଜପୁରରୁ ଅମରପାଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ ଏଥିରୁ ବର୍ତ୍ତିପାରିନାହିଁ। ଲଗାଣ ବର୍ଷା କାରଣରୁ ଚାଷ ଜମିରେ ପାଣି ପଶି ଚାଷୀକୂଳ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଜୁଆଡେ ଯିବ ସିଆଡେ ପାଣି।

ଅଧିକ ପଢ଼ନ୍ତୁ ଓଡିଶା ଖବର:  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Farmland is submerged in torrential rains | Argus News