Videos
|
Odisha

ଦ୍ବାରଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା: ୬ ମୃତ

Ritu Das
Browse all articles by Ritu Das
·2 years ago·1 min read
ଦ୍ବାରଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା: ୬ ମୃତ

ଅର୍ଗସ ବ୍ୟୁରୋ: କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ ଦ୍ବାରଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟ ଟ୍ରକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଅନେକ ଗାଡ଼ି ଭିତରେ ଚାପି ରହିଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରିରହିଛି। 

ସେପଟେ ମୟୁରଭଞ୍ଜ ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ଦ୍ବାରଶୁଣି ଘାଟିରେ ଚାଲିଛି ଘାଟି ମେଳା। ଏନେଇ ଜାତୀୟ ରାଜପଥରେ ଭିଡ଼ ରହିଥିବା ବେଳେ ଘାଟିରୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଝଯିଛି।  ଆହତ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ସ୍ଥିତି ନିୟନ୍ତ୍ରଣ କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fatal accident in | Argus News