Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦାଦାବଟିକୁ କେନ୍ଦ୍ର କରି ଟ୍ରାକ୍ଚରର ଡ୍ରାଇଭର ଏବଂ ହେଲପରକୁ ମରଣାନ୍ତକ ଆକ୍ରମଣ 

Odisha

ଦାଦାବଟିକୁ କେନ୍ଦ୍ର କରି ଟ୍ରାକ୍ଚରର ଡ୍ରାଇଭର ଏବଂ ହେଲପରକୁ ମରଣାନ୍ତକ ଆକ୍ରମଣ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦାଦାବଟିକୁ କେନ୍ଦ୍ର କରି ଟ୍ରାକ୍ଚରର ଡ୍ରାଇଭର ଏବଂ ହେଲପରକୁ ମରଣାନ୍ତକ ଆକ୍ରମଣ 

ବାଲେଶ୍ୱର: ଦାଦାବଟିକୁ କେନ୍ଦ୍ର କରି ଟ୍ରାକ୍ଚରର ଡ୍ରାଇଭର ଏବଂ ହେଲପରକୁ ମରଣାନ୍ତକ ଆକ୍ରମଣ। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲ ରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ।  ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ - କାଳିପଦା ମୁଖ୍ୟ  ରାସ୍ତା ର କାଳିପଦା ଛକରେ ଟାୟାର ଜାଳି ରାସ୍ତା ରୋକ କଲେ ଉତ୍ୟକ୍ତ ଲୋକେ। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଚୌମୁଖ ଗ୍ରାମର ପ୍ରଦୀପ କରଙ୍କ ଟ୍ରାକ୍ଚର ନେଇ ତାଙ୍କର ଡ୍ରାଇଭର ଏବଂ ହେଲପର ଯାଉଥିବା ସମୟରେ କାଳିପଦା ଛକ ରେ 5 ଜଣ ଦୁର୍ବୃତ୍ତ ଗାଡି ଅଟକାଇ ଟଙ୍କା ମାଗିଥିଲେ।  

ଟଙ୍କା ନଦେବାରୁ ଦୁର୍ବୃତ୍ତ ମାନେ ଡ୍ରାଇଭର ଏବଂ ହେଲପର ଙ୍କୁ ନିସ୍ତୁକ ପିଟିଥିଲେ। ଖବର ପାଇ ପ୍ରଦୀପ କରଙ୍କ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ନିସ୍ତୁକ ପିଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇ ଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ହସପିଟାଲ ରେ ଭର୍ତ୍ତି କରାଇଛନ୍ତି।  ତେଣୁ ତୁରନ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ୟକ୍ତ ଲୋକେ ବାଲିଆପାଳ - କାଳିପଦା ମୁଖ୍ୟ ରାସ୍ତା ର କାଳିପଦା ଛକ ରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Fatal attack on tractor driver and helper centered on Dadabat. | Argus News